ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ଆସିବେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲ୍ଡୋ । ଚାମ୍ପିଆନ୍ସ ଲିଗରେ ମୁମ୍ବାଇ ସିଟି ଏଫସି ବିପକ୍ଷରେ ଭାରତ ଏକ ମ୍ୟାଚ୍ ଖେଳିପାରନ୍ତି ରୋନାଲ୍ଡୋ । AFC ଚାମ୍ପିଅନ୍ସ ଲିଗ୍ ପ୍ଲେ ଅଫ ମ୍ୟାଚ ଜାମସେଦପୁର ଏଫସି ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ଖେଳାଯାଇଥିବା ବେଳେ ମୁମ୍ବାଇ ୩-୧ ଗୋଲରେ ବିଜୟ ଲାଭ କରିଛି । ଏହି ବିଜୟ ସହ ମୁମ୍ବାଇ ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ହାସଲ କରିଛି । ଯଦି ସାଉଦି ଆରବର କ୍ଲବ ଅଲ୍ ନାସର ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ଅର୍ଜନ କରେ ତେବେ ମୁମ୍ବାଇ ସିଟିକୁ ଭେଟିବ । ଏହି ମ୍ୟାଚ ଭାରତରେ ଖେଳାଯିବାର ସୂଚୀ ରହିଛି । ସାଉଦି ଆରବର ଅଲ୍ ନାସର ଦଳରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ତେଣୁ ଏହି ମ୍ୟାଚ୍ ଖେଳିବା ପାଇଁ ଅଲ୍ ନାସର ଦଳ ସେ ଭାରତକୁ ଆସିବେ । କ୍ରିଷ୍ଟିଆନୋ ରୋନାଲ୍ଡୋ ଏହା ପୂର୍ବରୁ କେବେ ଭାରତରେ କୌଣସି ମ୍ୟାଚ୍ ଖେଳିନାହାନ୍ତି । ଯଦି ଅଲ୍ ନାସର ଦଳ ଭାରତରେ ଖେଳେ ତେବେ ଭାରତୀୟ ଫୁଟବଲ ପ୍ରେମୀ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ବିଶ୍ୱର ଏହି ଷ୍ଟାର ଖେଳାଳିଙ୍କ ଖେଳା ଦେଖିବାରେ ସୁଯୋଗ ପାଇବେ ।
କହିରଖେ କି, ବିଶ୍ବର ସବୁଠାରୁ ଦାମୀ ଫୁଟବଲର ବନିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ । ସବୁଠୁ ଦାମୀ ଖେଳାଳୀ ଭାବେ ଇତିହାସ ରଚିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ । ୨୧୪ ମିଲିୟନ ଡଲାର, ଭାରତୀୟ ମୁଦ୍ରାରେ ୧୭ ଶହ ୭୦ କୋଟିରୁ ଅଧିକ ଟଙ୍କାରେ ସାଉଦି ଆରବର ଏକ କ୍ଲବ ‘ଅଲ ନାସର’ ସହ ଚୁକ୍ତି କରିଛନ୍ତି ରୋନାଲ୍ଡୋ । ସାଉଦି ଆରବର ଅଲ୍ ନାସେର୍ ଫୁଟ୍ବଲ କ୍ଲବ୍ ସହ ରୋନାଲ୍ଡୋ ୩ ବର୍ଷ ଲାଗି ଚୁକ୍ତି କରିଛନ୍ତି । ପୂର୍ବରୁ କୌଣସି ଫୁଟ୍ବଲର ଏତେ ପାରିଶ୍ରମିକ ପାଇନାହାନ୍ତି । ଅଢେଇ ବର୍ଷ ତଥା ଜୁନ୍ ୨୦୨୫ ପର୍ଯ୍ୟନ୍ତ ଅଲ ନାସର କ୍ଲବ ପକ୍ଷରୁ ଖେଳିବେ ଏହି ପର୍ତୁଗାଲ ଖେଳାଳୀ । ସୂଚନାଯୋଗ୍ୟ; ୩୭ ବର୍ଷ ବୟସ୍କ ପର୍ତ୍ତୁଗିଜ୍ ଷ୍ଟ୍ରାଇକର ରୋନାଲ୍ଡୋ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ୍ ପାଇଁ ଖେଳୁଥିଲେ। ହେଲେ ଗତ କାତାର ବିଶ୍ବକପ୍ର ଠିକ୍ ପୂର୍ବରୁ ଏକ ଟିଭି ସାକ୍ଷାତକାରରେ ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ଏହାର ଦଳ ମ୍ୟାନେଜମେଣ୍ଟ ବିପକ୍ଷରେ ରୋନାଲ୍ଡୋ ବିଷୋଦ୍ଗାର କରିଥିଲେ। ପରେ ରୋନାଲ୍ଡୋଙ୍କ ସହ ଚୁକ୍ତିକୁ ମାଞ୍ଚେଷ୍ଟର ୟୁନାଇଟେଡ୍ ବାତିଲ କରି ଦେଇଥିଲା। ସେ ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ୩୪୬ ମ୍ୟାଚ ଖେଳି ୧୪୫ ଟି ଗୋଲ କରିଛନ୍ତି । ପରେ ସାଉଦି ଆରବର ଅଲ ହିଲାଲ ଟିମ୍ ରୋନାଲ୍ଡୋଙ୍କୁ ୩୦୦ରୁ ଅଧିକ ମିଲିୟନ ଡଲାର ତଥା ୩ ହଜାର କୋଟିରେ ତାଙ୍କ ଟିମ୍ରେ ସାମିଲ ହେବାକୁ ଅଫର ଦେଇଥିଲା । କିନ୍ତୁ ରୋନାଲ୍ଡୋ ସେତେବେଳେ ଏହି ଅଫରକୁ ପ୍ରତ୍ୟାଖାନ କରି ବିଶ୍ୱକପ ଉପରେ ଗୁରୁତ୍ୱ ଦେଇଥିଲେ । ଏବେ ସାଉଦି ଆରବର ଅଲ ନାସର କ୍ଲବ ସହ ଚୁକ୍ତି କରିଛନ୍ତି ରୋନାଲ୍ଡୋ । ମାଞ୍ଚେଷ୍ଟର ୟୁନାଇଟେଡ୍ ପାଇଁ ଏକ ସପ୍ତାହ ଲାଗି ରୋନାଲ୍ଡୋ ୫ କୋଟି ଟଙ୍କା ପାଉଥିଲେ। ହେଲେ ଅଲ୍ ନାସେର ତାଙ୍କୁ ୬ ଗୁଣରୁ ଅଧିକ. ବା ଏକ ସପ୍ତାହ ପାଇଁ ୩୨ କୋଟି ଟଙ୍କା ପାରିଶ୍ରମିକ ଦେବ। ପ୍ରଥମଥର ଏକ ଏସୀୟ ଦଳ ପାଇଁ ଖେଳିବାକୁ ଯାଉଥିବା ରୋନାଲ୍ଡୋ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।