ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ୍: ୩ ତାରିଖ ଦୋଳ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ। ପୁରୀକୁ ଦିନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ସ୍ପର୍ଶ କରିବ।ସୂର୍ଯ୍ୟୋଦୟ ପରଠୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ରାତି ୮ଟାରୁ ୯ଟା ୩୦ ମଧ୍ୟରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।ଚଳନ୍ତି ପ୍ରତିମା ରାତି ୧୦ଟାରେ ଦୋଳବେଦୀରେ ବିଜେ କରିବେ।

ଦୋଳପୂର୍ଣ୍ନିମା ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି । ଗ୍ରହଣ ସ୍ପର୍ଶ କରିବାର ପ୍ରାୟ ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ କରାଯିବ । ସୂର୍ଯ୍ୟୋଦୟ ସକାଳ ୬ଟା୨୦ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମଙ୍ଗଳ ଆଳତି,ମଇଲମ,ତଡପଲାଗି ନୀତି ପରେ ସକାଳ ୬ଟା ସୁଦ୍ଧା ଅବକାଶ ନୀତି ଶେଷ କରାଯିବ । ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କ ସୁନାଵେଶ, ଦୋଳବେଦୀକୁ ଦିଅଁ ବିଜେ, ଭୋଗମଣ୍ଡପ ଆଦି ନୀତିକାନ୍ତି ଅନୁଷ୍ଠିତ ହେବ । ଏନେଇ ଆସନ୍ତା କାଲି ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ କରାଯିବ ।

Leave A Reply

Your email address will not be published.