ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହଲ ନମିଳିବାରୁ ସିନେମା ହଲ ଛାଡ଼ି ସରକାରୀ କଲ୍ୟାଣମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା I ରବିବାର ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ କେ.ମୂରଲୀକୄଷ୍ଣା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ପ୍ରେମରେ ରିସ୍କ ହେଲା ମୋତେ ଇସ୍କ” ର ଶୁଭମୁକ୍ତି ହୋଇଯାଇଛି। ଓଡ଼ଗାଁ ବ୍ଲକ୍ ର ସଞ୍ଜୟ କୁମାର ପାତ୍ର ଓ ଉମେଶ ସାହୁ ଏହି ଚଳଚ୍ଚିତ୍ରଟି ପ୍ରଯୋଜକ ଥିବାବେଳେ ସଞ୍ଜୟ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଅଛନ୍ତି। ସୀତୁ,ସୂର୍ଯ୍ୟନ୍ ରଥ,ସିନେମାଟୋଗ୍ରାଫର ନରେନ୍ଦ୍ର ଗୌଡ଼ ଏବଂ ମୁଖ୍ୟଅଭିନୟରେ ଅଛନ୍ତି ଶୈଳେନ୍ଦ୍ର ଓ ଦିବ୍ୟା।
ଖଳନାୟକ ଭୂମିକାରେ ଅଭିନେତା ଚିନ୍ତାମଣି ବିଶ୍ୱାଳ, ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ,ରତନ ମେହର,ଶୁଭ୍ରାଂଶୁ,ମୁନା,କାଳିଆ ଷଣ୍ଢ ଏବଂ ପାର୍ଶ୍ଵ ଅଭିନେତ୍ରୀ ଅନୁପା, ଅଞ୍ଜନା ମିଶ୍ର, ଦୀପ୍ତି,ରାଜଲକ୍ଷ୍ମୀ,ଦେବ୍ ଏବଂ ଶିଶୁ କଳାକାର ଆଲିଆ,ତାପସ,ଆୟୁଷ ଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା। ରବିବାର ଦିନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଶ୍ରୀ ରଘୁନାଥଙ୍କ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଚଳଚ୍ଚିତ୍ରର କଳାକାରମାନଙ୍କୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଅଣାଯାଇ ଶତାଧିକ ଦର୍ଶକଙ୍କ ଗହଣରେ ଠିକ ୧୨ ଟାରେ ଚଳଚ୍ଚିତ୍ରଟିର ଶୁଭମୁକ୍ତି କରାଯାଇଥିଲା। କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।
ତେବେ ସବୁଠାରୁ ଚର୍ଚାର ବିଷୟ ହେଲା ଏହି ସିନେମା ପ୍ରଥମ ଥର ପାଇଁ ହଲ ବାହାରେ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହୋଇଛି I ଯାହାକୁ ନେଇ ରାଜ୍ୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି ଦିନକୁ ଦିନ ଡୁବିବାକୁ ଯାଉଥିବାରୁ ଏହି ସିନେମାର ପ୍ରଯୋଜକ କଲ୍ୟାଣମଣ୍ଡପରେ ଏଭଳି ଅଭିନଵ ସିନେମା ରିଲିଜ କରିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି I