ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଫୋବର୍ସ ୨୦୨୩ର ଧନୀ ତାଲିକା । ତାଲିକାରେ ଅମ୍ବାନୀ ପୁଣି ଉପରକୁ ଉଠି ଏସିଆର ସବୁଠୁ ବଡ ଧନୀ ଭାବେ ଉଭା ହୋଇଛନ୍ତି । ଅନ୍ୟପଟେ ଆଦାନୀ ତାଲିକାର ତଳକୁ ଖସିଆଛନ୍ତି । ଫୋବର୍ସ ତାଲିକା ଅନୁଯାୟୀ ଏସିଆର ବଡ ଧନୀ ସାଜିଥିବା ମୁକେଶ ଅମ୍ବାନୀ ବିଶ୍ୱର ଟିପ-୧୦ ଧନୀ ତାଲିକାର ୯ମ ସ୍ଥାନରେ ରହିଛନ୍ତି । ମୁକେଶଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୩.୪ ଆରବ ଡଲାର ରହିଛି । ନୂଆ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ମାଇକ୍ରୋସଫ୍ଟର ଷ୍ଟିଭ ଭ୍ଲାମର, ଗୁଗୁଲର ଲୋରି ପେଜ, ଫେସବୁକର ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ୯ମ ସ୍ଥାନରେ ରହିଛନ୍ତି । ଗତବର୍ଷ ଅମ୍ବାନୀ ଏହି ତାଲିକାର ୧୦ମ ସ୍ଥାନରେ ରହିଥିଲେ । ଅପ୍ୟପଟେ ଫୋବର୍ସ ତାଲିକାରେ ସବୁଠୁ ବଡ ଝଟକା ଆଦାନୀଙ୍କୁ ଲାଗିଥିବା ଜଣାପଡିଛି । କାରଣ ଗତବର୍ଷ ବିଶ୍ୱର ଟପ-୩ ଧନୀ ତାଲିକାରେ ଥିବା ଆଦାନୀ ଚଳିତବର୍ଷ ଏହି ତାଲିକାର ୨୪ ତମ ସ୍ଥାନକୁ ଖସି ଆସିଛନ୍ତି । ଏବେ ଗୌତମ ଆଦାନୀଙ୍କର ମୋଟ ସମ୍ପତ୍ତି ୪୭.୨ ଆରବ ଡଲାର ରହିଛି । ତେବେ ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଆଦାନୀ ଭାରତର ଦ୍ୱିତୀୟ ଧନୀ ତାଲିକାରେ ରହିଛନ୍ତି ।
ଅମ୍ବାନୀଙ୍କର ସମ୍ପତ୍ତି ମୂଲ୍ୟ ଆଦାନୀଙ୍କ ଠାରୁ ୩୬.୨ ଆରବ ଡଲାର ଅଧିକ ରହିଛି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀଙ୍କ ସମ୍ପତ୍ତି ୬୦ ପ୍ରତିଶତ ଖସି ଆସିଥିଲା । ଯାହାଫଳରେ ଆଦାନୀ ଟପ-୩୦ ଧନୀ ତାଲିକାରୁ ମଧ୍ୟ ବାଦ୍ ପଡିଥିଲେ । ତେବେ ମାର୍ଚ୍ଚ ମାସରେ ଆଦାନୀଙ୍କ ସେୟାରର ମୂଲ୍ୟ ବଢିବା କାରଣରୁ ତାଙ୍କର ସେୟାର ମଧ୍ୟ ବୃଦ୍ଧି ପାଇଥିଲା । ଯାହାଦ୍ୱାରା ଟପ-୨୫ ଧନୀ ତାଲିକାକୁ ପୁଣିଥରେ ଫେରିଛନ୍ତି ଆଦାନୀ । ଅନ୍ୟପଟେ ୨୧୧ ଆରବ ଡଲାର ସମ୍ପତ୍ତି ସହ ଫ୍ରାନ୍ସର ବର୍ଣ୍ଣାଡ ଆରନୋଲ୍ଟ ପ୍ରଥମ ଥର ପାଇଁ ବିଶ୍ୱ ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି । ଏହି ୨୫ ଜଣ ଧନୀଙ୍କ ମୋଟ ସମ୍ପତ୍ତି ୨୧୦୦ ଆରବ ଡଲାର ରହିଛି । ଯାହା ଗତବର୍ଷ ୨୩୦୦ ଆରବ ଡଲାର ରହିଥିଲା ।
ସୂଚନାଯୋଗ୍ୟ, ଗତବର୍ଷ ଆଦାନୀ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଥିଲେ । ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଏକକୁ ଉଠିଥିଲେ । ଫୋର୍ବସ ରିୟଲ ଟାଇମ ବିଲେନିୟର୍ସ ରିପୋଟରେ ଗୌତମ ଅଦାନୀ ୯୦ ବିଲିୟନ ଡଲାର ସହ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଥିଲେ । ଅନ୍ୟପଟେ ଦେଶର ଟପ୍ ୧ରେ ଥିବା ମୁକେଶ ଅମ୍ବାନୀ ୮୯ ବିଲିୟନ ଡଲାର ସହ ୧୧ ନମ୍ବର ସ୍ଥାନରେ ରହିଥିଲେ । ସେତେବେଳେ ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ରିଅଲ୍ ଟାଇମ୍ ଲିଷ୍ଟ ଅନୁଯାୟୀ, ଗୌତମ ଆଦାନୀ ଏବଂ ଫ୍ୟାମିଲି ପାଖରେ ଏବେ ୯୦ ବିଲିୟନ ଡଲାର ସମ୍ପତ୍ତି ଥିଲା । ଯାହା ଫଳରେ ସେ ବିଶ୍ବର ଧନୀ ତାଲିକାରେ ୧୦ମ ସ୍ଥାନରେ ରହିଥିଲେ ।