ଚିଲିକା କୂଳରେ ବିଦେଶୀ ପକ୍ଷୀ ଜବତ, ଶିକାରୀ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ରେ ବିଦେଶୀ ପକ୍ଷୀ ଶିକାର । ୪ ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଧରାପଡିଲା ପକ୍ଷୀ ଶିକାରୀ । ଚିଲିକା କୂଳ କାଳୁପଡାଘାଟ ଜେଟି ନିକଟରେ ଶିକାରୀ ଜଣକ ବିଦେଶୀ ପକ୍ଷୀ ଙ୍କୁ ଶିକାର କରିବା ବେଳେ ମାଡିବସିଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ଧରପଗଡ ଯୋଗୁଁ ଆଉ କେତେକ ବିଦେଶୀ ପକ୍ଷୀ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ନୂଆବର୍ଷ ଉପଲକ୍ଷେ ସାଙ୍ଗମାନେ ଭୋଜିଭାତ ର ଆସର ଜମାଇଥିଲେ , ସେଥିପାଇଁ ଶିକାରୀ ଜଣକ ଚିଲିକାରେ ପକ୍ଷୀ ଶିକାର କରିବା ପାଇଁ ଚିଲିକା ଯାଇଥିଲା ବୋଲି କହିଛି । ଗିରଫ ଶିକାରୀ ଜଣକ କାଳୁପଡାଘାଟ ନିକଟସ୍ଥ ମାଟିଆପଡା ଗ୍ରାମର ନାରାୟଣ ଘଡେଇ ।

Leave A Reply

Your email address will not be published.