ବାହାନଗା ଟ୍ରେନ ଟ୍ରାଜେଡି ମନୁଷ୍ୟକୃତ ଆଶଙ୍କା କରି ପ୍ରଧନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟ ବିଚାରପତି ଓ ଆଇଏଏସ୍ ଅଧିକାରୀ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି ମନୁଷ୍ୟକୃତ ଆଶଙ୍କା କରି ପ୍ରଧନମନ୍ତ୍ରୀଙ୍କୁ ଚିଠି ଲେଖିଲେ ର୍ବତନ ପ୍ରଧାନ ବିଚାରପତି, ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ଅଧିକାରୀ । ଓଡ଼ିଶା ଟ୍ରେନ୍ ଟ୍ରାଜେଡିରେ 275 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 1,175 ଜଣ ଆହତ ହୋଇଛନ୍ତି। ବାଲେଶ୍ବର ବାହାନଗାରେ ଘଟିଯାଇଥିବା ତ୍ରିମୁଖି ରେଳ ଦୁର୍ଘଟଣାର ପାରିପାର୍ଶ୍ବକୁ ଲକ୍ଷ କରି ଏହା ମନୁଷ୍ୟକୃତ ବୋଲି ଆଶଙ୍କା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ ପୂର୍ବତନ ମୁଖ୍ୟ ବିଚାରପତି ଓ ଆଇଏଏସ୍ ଅଧିକାରୀମାନେ କହିଛନ୍ତି, “ଆମେ କାର୍ଯ୍ୟ କରୁଥିବା ବାହିନୀ ପ୍ରତି ଅଧିକ ଚିନ୍ତା କରୁଛୁ, ଅଧିକ ସକ୍ରିୟ ହୋଇ ଆମର ଜାତୀୟ ସୁରକ୍ଷା ତଥା ପ୍ରଗତିକୁ କ୍ଷୁର୍ଣ୍ଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। ବାଲେଶ୍ହର, ଓଡ଼ିଶାରେ ଦ୍ରୁତ ଗତିରେ ବଢୁଛି ରେଳ ଆଧୁନିକୀକରଣ। ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦିଓ ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅନୁସନ୍ଧାନ ଜାରି ରହିଛି। ତଦନ୍ତକାରୀ ସଂସ୍ଥା ଏନେଇ ଖୋଳତାଡ଼ ଜାରି ରଖିଛନ୍ତି। ତଥାପି ଦୁର୍ଘଟଣା ସହ ଆତଙ୍କବାଦୀ ଥିଙ୍କ୍ ଥିବା ସନ୍ଦେହ କରାଯାଉଛି। ଆହୁରି ବି ସନ୍ଦେହ କରାଯାଉଛି କି ଏହି ଦୁର୍ଘଟଣାରେ ମନଇଚ୍ଛା ମାନବ ହସ୍ତକ୍ଷେପ ହୋଇପାରେ, ଆତଙ୍କବାଦୀଙ୍କ ଆଦେଶରେ ଏଭଳି ଘଠିଥିବାର ଆଦେଶ ବି ସାମ୍ନାକୁ ଆସିପାରେ ।
ତେବେ ଯେଉଁ କଥାଟି ମନକୁ ବେଶି ଆନ୍ଦୋଳିତ କରୁଛି, ତାହାେହଲା ସୁରକ୍ଷା ଦିଗ। ବୁଲେଟ୍ ଟ୍ରେନ ପାଇଁ ଆମେ ସ୍ବପ୍ନ ଦେଖୁଛୁ। ଏବେ ସେମି ହାଇସ୍ପୀଡ୍ ଟ୍ରେନ ବୋଲି କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ବିଭିନ୍ନ ରାଜ୍ୟରେ ଶୁଭାରମ୍ଭ କରାଯାଉଛି। ଏଭଳି ହାଇସ୍ପୀଡ୍ ଓ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ ପାଇଁ ସୁରକ୍ଷା ଦୃଷ୍ଟିରୁ ଆମ ରେଳ ଭିତ୍ତିିଭୂମି ଏବଂ ବିଶେଷ କରି ରେଳ ଟ୍ରାକ୍ ଓ ଟେକ୍ନୋଲୋଜି କେତେ ପ୍ରସ୍ତୁତ? ବାହାନଗା ଟ୍ରେନ ଦୁର୍ଘଟଣା ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। ଅତ୍ୟାଧୁନିକ ଟେକ୍ନୋଲୋଜି ଯୁଗରେ ନିରାପଦ ରେଳ ଚଳାଚଳ ପାଇଁ ଉଦ୍ଦିଷ୍ଟ ଆମର ଇଲେକଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍ ଏବଂ ସିଗ୍ନାଲ ବ୍ୟବସ୍ଥା କ’ଣ ଏତେ ବୁର୍ବଳ ଯେ ଜଣେ ବ୍ୟକ୍ତି ଚାହିଁଲେ ଏଥିରେ ଓଲଟପାଲଟ କରିପାରିବ। ଯଦି ଏହା ସମ୍ଭବ, ତାହେଲେ ହାଇସ୍ପୀଡ୍ ଟ୍ରେନ ଚଳାଇବା ପୂର୍ବରୁ ଆମକୁ ପ୍ରଥମେ ଏଭଳି ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ତ୍ରୁଟିଶୂନ୍ୟ ବା ଫୁଲ-ପ୍ରୁଫ୍ କରିବାକୁ ପଡ଼ିବ। ଆମ ଦେଶରେ ଏକ ଲକ୍ଷ ୨୩ ହଜାର କିଲୋମିଟର ଦୀର୍ଘ ରେଳ ଧାରଣା ରହିଛି ଏବଂ ସେଥିରେ ଦୈନିକ ୨୧ ହଜାରରୁ ଅଧିକ ଟ୍ରେନ ଓ ମାଲଗାଡ଼ି ଚଳାଚଳ କରୁଛି। ସେଥିମଧ୍ୟରୁ ୯ ହଜାରରୁ ଅଧିକ ପାସେଞ୍ଜର ଟ୍ରେନରେ ପ୍ରାୟ ଦେଢ଼ କୋଟି ଲୋକ ଯାତ୍ରା କରୁଛନ୍ତି। ତେଣୁ ଅତ୍ୟାଧୁନିକ ଟ୍ରେନ ସେବା ନାମରେ କୋଟି କୋଟି ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇପାରିବା ନାହିଁ।
ରେଳ ସଂପ୍ରସାରଣ ଓ ଆଧୁନିକୀକରଣ ସହିତ ନିରାପତ୍ତାକୁ ମଧ୍ୟ ଅଗ୍ରାଧିକାର ଦିଆଯିବାର ଆବଶ୍ୟକତା ରହିଛି। ସରକାର ମଧ୍ୟ ଏହା ସ୍ବୀକାର କରୁଛନ୍ତି। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସରକାର ସେତେ ତତ୍ପର ଥିବା ଭଳି ମନେ ହେଉନାହିଁ। ଗତବର୍ଷ ସିଏଜି ଦେଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ବାରି ହୋଇପଡ଼ିଛି। ସିଏଜି ତାଙ୍କ ରିପୋର୍ଟରେ ରେଳ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ନେଇ ସତର୍କ କରାଇଥିଲେ। କହିଥିଲେ ଯେ ଲାଇନଚ୍ୟୁତ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ମୁକାବିଲା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି, ତାହା ଯଥେଷ୍ଟ ନୁହେଁ। ପ୍ରଚଳିତ ଟ୍ରାକ୍ ପରିଚାଳନା ବ୍ୟବସ୍ଥା ନେଇ ମଧ୍ୟ ଆପତ୍ତି ଉଠାଇଥିଲେ। ଟ୍ରାକ୍ ନବୀକରଣ ପାଇଁ ପାଣ୍ଠିରେ ହ୍ରାସ ଏବଂ ମରାମତି କାମ ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ନେଇ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଯାହା ବି ପାଣ୍ଠି ଯୋଗାଇ ଦିଆଯାଉଥିଲା, ତାହା ମଧ୍ୟ ବିନିଯୋଗ ହେଉ ନଥିଲା। ଏହା ଭିତରେ ନିରାପତ୍ତାକୁ ନେଇ ଆଉ ଏକ ଉଦ୍ବେଗଜନକ ରିପୋର୍ଟ ଆସିିଛି। ତାହାେହଲା କମିସନ ଅଫ୍ ରେଲୱେ ସେଫଟି (ସିଆରଏସ୍) ରିପୋର୍ଟକୁ ରେଳ ବିଭାଗ ଗୁରୁତ୍ବ ଦେଉନାହିଁ। ଦୁର୍ଘଟଣାକୁ ଏଡ଼ାଇବା ଲାଗି ନିରାପତ୍ତା ସଂକ୍ରାନ୍ତରେ କମିସନ ସରକାରଙ୍କୁ ସୁପାରିସ କରିଥାଏ। ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। କିନ୍ତୁ ୨୦୧୩-୧୪ ପରେ କମିସନ ୧୫ଟି ସୁପାରିସ ରିପୋର୍ଟ ଦେଇଥିଲେ ମଧ୍ୟ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ରାଜ୍ୟସଭାରେ ରେଳ ନିରାପତ୍ତା ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଉପସ୍ଥାପିତ କରିଥିବା କମିସନ ଅଫ୍ ରେଲୱେ ସେଫଟି ରିପୋର୍ଟରୁ ଏହା ଜଣାପଡ଼ିଛି। ଦୁର୍ଘଟଣାର ୩୦ ଦିନ ଭିତରେ ପ୍ରାଥମିକ ରିପୋର୍ଟ ଏବଂ ୧୮୦ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାଲାଗି କମିସନ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। କିନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାଲାଗି ରେଳ ମନ୍ତ୍ରଣାଳୟ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ।