ବିଜେପିକୁ ଫେରିଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ

0

ଓଡ଼ିଆ ନ୍ୟୁଜ୍: ବିଜେପିକୁ ଫେରିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବାପରେ ରଘୁବର ବିଜେପିରେ ସାମିଲ ହୋଇଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେପି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୦ ବିଧାନସଭା ନିର୍ବାଚନ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ଓହରି ଯାଇଥିଲେ। ସେହି ବର୍ଷ ରଘୁବରଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ନେଇ ଦିଲ୍ଲୀ ଡକାଇଥିଲା। ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇ ଭୁବନେଶ୍ୱର ପଠାଯାଇଥିଲା ।

ରଘୁବର ୨୦୨୪ ମଧ୍ୟଭାଗରେ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଶେଷରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରୁ ଦୂରେଇ ରହିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଉଭୟ ନିର୍ବାଚନରେ ବିଜେପିକୁ ବଡ଼ କ୍ଷତି ସହିବାକୁ ପଡ଼ିଥିଲା। ଲୋକସଭା ନିର୍ବାଚନରେ ବିଜେପି ୩ଟି ଓ ବିଧାନସଭା ନିର୍ବାଚନରେ ୫ଟି ଆସନ ହରାଇଥିଲା। ଏହା ପରେ ବିଜେପି ହାଇକମାଣ୍ଡ ପୁଣି ତାଙ୍କୁ ଝାଡ଼ଖଣ୍ଡକୁ ପଠାଇଛନ୍ତି। କାରଣ କ୍ରମାଗତ ୨ଥର ବିଧାନସଭା ନିର୍ବାଚନରେ ପରାଜୟ ପରେ ଝାଡ଼ଖଣ୍ଡରେ ବିଜେପିର ସ୍ଥିତି ଖରାପ ହୋଇଯାଇଛି।

Leave A Reply

Your email address will not be published.