ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦେବାକୁ ଟଙ୍କା ନେଇ ବନ୍ଧାହେଇ ଏଆରଆଇ
ଓଡ଼ିଆ ନ୍ୟୁଜ୍: ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦେବାକୁ କହି ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ। ଏଆରଆଇ କୈଳାସ ଚନ୍ଦ୍ର ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାନ୍ଧିଛି ଭିଜିଲାନ୍ସ। ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ପାଇଁ ଗରିବ ଲୋକଙ୍କ ଠାରୁ ଲାଞ୍ଚ ନେଉଥିଲେ କୈଳାସ। ତେବେ ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଲାଞ୍ଚ ଧରାପଡ଼ିବା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ରେଡ୍ ହେଉଛି। ତାଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ପୂର୍ବରୁ ମଧ୍ୟ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୈଳାସ ଚନ୍ଦ୍ର ବେହେରା ଗିରଫ ହୋଇ ଜେଲ ଯାଇଥିଲେ।