ଓଡ଼ିଆ ନ୍ୟୁଜ୍: ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ ଶେଷରେ ଛୁରୀ ଭୁଷି ପୁଅକୁ ମାରିଦେଲା ବାପା। ଏପରି ସାଂଘାତିକ ଘଟଣା କନ୍ଧମାଳ ଲ୍ଲା ବାଲିଗୁଡ଼ା ଥାନା ସିଂଗମିଲା ଗାଁରେ ଘଟିଛି। ମୃତକ ହେଲେ ୨୨ ବର୍ଷୀୟ ଜୀତେନ୍ଦ୍ର ମଲ୍ଲିକ । ଜିତେନ୍ଦ୍ରଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ବାପା ପ୍ରାଣେଶ୍ୱର ମଲ୍ଲିକଙ୍କୁ ବାନ୍ଧିଛି।
ଜିତେନ୍ଦ୍ର ମଲ୍ଲିକ କିଛି କାମଧନ୍ଦା କରୁ ନ ଥିବା ବେଳେ ସବୁବେଳେ ମଦ ନିଶାରେ ଚୁର ରହୁଥିଲେ। ଏହାକୁ ନେଇ ସବୁବେଳେ ପରିବାରରେ ଅଶାନ୍ତି ଲାଗି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ଜିତେନ୍ଦ୍ର ମଦ ପିଇ ଆସି କବାଟ ବାଡ଼େଇଥିଲେ। କବାଟ ଖୋଲିବାରେ ବିଳମ୍ବ ହେବାରୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ପଛାଇଲେ ନାହିଁ।
ପ୍ରାଣେଶ୍ୱର କବାଟ ଖୋଲିବାରୁ ଜିତେନ୍ଦ୍ର ତାଙ୍କୁ ପ୍ରବଳ ଗାଳିଗୁଲଲ କରିଥିଲେ। ଏହା ଅସହ୍ୟ ହେବାରୁ ପ୍ରାଣେଶ୍ୱର ନିଜ ପୁଅ ଦେହରେ ଛୁରୀ ଭୁଷି ଦେଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ପ୍ରାଣେଶ୍ୱରଙ୍କୁ ଗିରଫ କରିଛି।