ସରିଲା ରିମାଣ୍ଡ, ଜେଲ୍ ଗଲେ ବଣ୍ଟି-ବବଲି

0

ଓଡ଼ିଆ ନ୍ୟୁଜ୍: ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିକା ଓ ଅନୀଲ ଉରଫ ବଣ୍ଟି-ବବଲି ଯୋଡ଼ିଙ୍କ ସରିଛି ଦିନିକିଆ ରିମାଣ୍ଡ। ଏହାପରେ ସେମାନେ ଜେଲ୍ ଯାଇଛନ୍ତି। ବବଲି। ସକାଳ ୮ଟାରେ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ।  ଏହାପରେ ଉଭୟଙ୍କୁ ଝରପଡ଼ା ଜେଲକୁ ପଠାଇ ଦିଆଯାଇଛି। ହାଇପ୍ରୋଫାଇଲ ଠକ ହଂସିତା ଓ ଅନୀଲଙ୍କୁ ଦିନିକିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲା କମିଶନରେଟ ପୋଲିସ।

ହଂସିତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ସହ ମଧ୍ୟ ଉଭୟଙ୍କୁ ମୁହଁ ମୁହିଁ ଜେରା କରାଯାଇଛି।  ତଦନ୍ତକାରୀ ଅଧିକାରୀ ମାନସ ସ୍ୱାଇଁ ଓ ଟିମ୍ କରିଥିଲେ ଝାଳବୁହା ଜେରା। କେବେଠାରୁ କ୍ରାଇମ୍ ସିଣ୍ଡିକେଟ ଚାଲିଛି? କାହାକୁ ଠକିଛନ୍ତି? ହଂସିତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ଭୂମିକା କଣ? ଏସବୁ ନେଇ ଗୁଡ଼ାଇତୁଡାଇ ଜେରା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ହଂସିତା ରହୁଥିବା ଫ୍ଲାଟରେ କାଗଜପତ୍ର ଯାଞ୍ଚ କରିଥିଲା।  ପୋଲିସ ସାଙ୍ଗରେ ସାମିଲ ହୋଇଥିଲେ ଆୟକର ଟିମ୍। ଠକ ଦୁଇ ଜଣଙ୍କ ଆର୍ଥିକ କାରବାରକୁ ନେଇ ତନାଘନା କରାଯାଇଥିଲା।

ଅଭିଯୁକ୍ତଙ୍କ ୪ଟି ଫ୍ଲାଟ ଓ ୪ଟି ଦାମୀ ଗାଡ଼ିକୁ ଜବତ କରିଛି। ହଂସିତାଙ୍କ ଠକେଇ ଚେର ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲମ୍ବିଛି।

Leave A Reply

Your email address will not be published.