ହଂସିତା ଓ ଅନିଲଙ୍କ ଆଉ ଦୁଇଟି ଦାମୀ କାର ଜବତ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍: ଠକ ଦମ୍ପତି ହଂସିତା ଓ ଅନିଲଙ୍କ ଆଉ ଦୁଇଟି ଦାମୀ କାର ଜବତ କରିଛି କମିଶନରେଟ ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସ କାର ଦେଇଥିଲେ। ବିଳାସ ପୂର୍ଣ୍ଣ ପୋର୍ସ କାରର ମୂଲ୍ୟ ୨ କୋଟି ୬ଲକ୍ଷ।

ଗତ ଡିସେମ୍ବର ୨୪ରେ ଅନିଲଙ୍କ ଜନ୍ମଦିନରେ ହଂସିତା ତାଙ୍କୁ ଏହି କାର ଉପହାର ଦେଇଥିଲେ। ସାମ୍ନାକୁ ବି ଆସିଥିଲା ପୋର୍ସ କାର ଗିଫ୍ଟ ଦେବା ବେଳର ଭିଡିଓ। କାର ଦେଉଥିବା ବେଳେ ସେଲିବ୍ରିଟି ଏଣ୍ଟ୍ରି ସହ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା। ଅନିଲ ମହାନ୍ତିଙ୍କ ଜନ୍ମଦିନକୁ ବହୁ ଆଡ଼ମ୍ବରରେ ପାଳନ କରିଥିଲେ ହଂସିତା। ଯେଉଁଥିରେ ଖଣି ବ୍ୟବସାୟୀ, ସୁନା ଦୋକାନୀ, ବିଲଡର ଓ ପଲିଟିକାଲ ଲୋକଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଏକ କୋଟି ୮୫ ଲକ୍ଷ ଟଙ୍କାର ମର୍ସିଡିସ ଓ ଏକ କୋଟି ମୂଲ୍ୟର ଜାଗୁଆର କାରକୁ ମଧ୍ୟ ସ୍ପେଶାଲ କ୍ରାଇମ୍ ୟୁନିଟ ଜବତ କରିଥିବା ଜଣାଯାଇଛି। ଧୀରେ ଧୀରେ ଖୋଲୁଛି ବଣ୍ଟି-ବବଲିଙ୍କ କଳା ସାମ୍ରାଜ୍ୟର ଗୁମର। ଠକ ହଂସିତା ଅଭିଲିପସା ଓ ଅନୀଲ ମହାନ୍ତିଙ୍କ ବାବଦରେ କମିଶନରେଟ ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ।

ଆୟକର ବିଭାଗ ମଧ୍ୟ ୪ ଦିନ ଧରି ଦୁଇ ଅଭିଯୁକ୍ତଙ୍କ କଳାଧନର ଖୋଳତାଡ଼ କରିଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ପ୍ରାୟ ଶହେ କୋଟି ହେବ ବୋଲି ଜଣାପଡ଼ିଛି। ରିମାଣ୍ଡ ବେଳେ ହଂସିତା ଓ ଅନିଲଙ୍କୁ କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ ମୁହାଁ ମୁହିଁ ଜେରା କରିଥିଲା। ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିଛି ପୋଲିସ। ରିମାଣ୍ଡ ଅବଧି ସରିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୁଣି ଭୁବନେଶ୍ବର ଝାରପଡା ଜେଲକୁ ପଠାଇଦିଆଯାଇଛି।

Leave A Reply

Your email address will not be published.