ଓଡ଼ିଆ ନ୍ୟୁଜ୍: ମାଗଣାରେ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକ। ଆସନ୍ତା କାଲି ଅର୍ଥାତ ଶନିବାର ସକାଳ ୧୦.୦୦ ଟାରୁ ୧୨ ତାରିଖ ସନ୍ଧ୍ୟା ଯାଏଁ ଏହି ପ୍ରଦର୍ଶନୀ ଖୋଲା ରହିବ। ଏହି ସମୟ ମଧ୍ୟରେ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ବୁଲି ଦେଖିପାରିବେ। ଏଥିପାଇଁ କୌଣସି ଏଣ୍ଟ୍ରି ଫି ନିଆଯିବ ନାହିଁ।
ଲୋକମାନେ ମାଗଣାରେ ମେଳା ବୁଲି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଗ୍ୟାଲେରୀର ଷ୍ଟଲ ଦେଖି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପର୍ଯ୍ୟଟନ ରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ଜିନିଷ ରହିଥିବାରୁ ଏହି ପ୍ରଦର୍ଶନୀ ସମସ୍ତେ ଦେଖିବା ଉଚିତ୍ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।