ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭ୍ରଷ୍ଟାଚାର ଅଭିଯୋଗରେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲା ଗିରଫ । ବିଜୟ ସିଙ୍ଗଲାଙ୍କୁ ପଞ୍ଜାବ ପୋଲିସର ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ଅଭିଯୋଗରେ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ।
ସୂଚନା ଅନୁସାରେ, ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲା ଅଧିକାରୀଙ୍କୁ ପ୍ରତି ଠିକା ପାଇଁ ଏକ ପ୍ରତିଶତ କମିଶନ ଦାବି କରୁଥିଲେ । ସିଏମ ଭଗୱନ୍ତ ମାନ ଏକ ଭିଡିଓ ସେୟାର କରି କହିଥିଲେ- ‘ଆମେ ଗୋଟିଏ ପଇସାର ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ। ଆମ ଦଳ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିଛି। ନିଜ ମନ୍ତ୍ରିମଣ୍ଡଳରେ ଜଣେ ମନ୍ତ୍ରୀ ଅଧିକାରୀଙ୍କ ଠାରୁ କମିଶନ ନେଉଥିବା ଜାଣିବାକୁ ପାଇଛି। ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରୁଛି ଏବଂ ମାମଲାର ପୋଲିସ ତଦନ୍ତ ପାଇଁ ଦାବି କରୁଛି’।