ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗୁଳି ପରେ ମୃତ୍ୟୁ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ଉଦ୍ଧାର କରାଯାଇ ପାରିଲା ନାହିଁ।
ଯେତେବେଳେ ସିଞ୍ଜୋ ଆବେଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା, ସେତେବେଳେ ସେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। କୁହାଯାଇଛି ଯେ ଗୁଳି ପରେ ସେ ହୃଦଘାତରେ ପୀଡିତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା।