ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ପୂର୍ବତନ ବିଧାୟକ ତଥା କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସ୍ୱାସ୍ଥ୍ୟ ଖରାପ ହେବାରୁ ୪ ଦିନ ତଳେ ନିବେଦିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଅବସ୍ଥା ଗୁରୁତର ହେବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
୨୦୦୦ ମସିହାରେ କଟକ ସଦର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନିବେଦିତା। ଏହା ପରେ ୨୦୦୩ରେ ସେ କଟକ ମହାନଗର ନିଗମର ପ୍ରଥମ ମେୟର ଭାବେ ନିର୍ବାଚିତ ହୋଇଥିଲେ।