ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ। ରାତି ୮ଟା ୫୦ ମିନିଟ୍‌ରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ।ପରଲୋକ ନେଇ ପରିବାର ଓ ଡାକ୍ତରଙ୍କ ପକ୍ଷରୁ ସୂଚନା। ୭୯ ବର୍ଷ ବୟସରେ ସମ୍ବଲପୁର ବାସଭବନରେ ପରଲୋକ। ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ ରାସେଶ୍ବରୀ।୨୦୧୪ରେ ସମ୍ବଲପୁର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

ପେଶାରେ ରାସେଶ୍ଵରୀ ପାଣିଗ୍ରାହୀ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ। ସେ ୨୦୧୪ରେ ବିଜୁ ଜନତା ଦଳରେ ସାମିଲ୍ ହୋଇ ରାଜନୀତିରେ ପାଦ ଦେଇଥିଲେ। ତାଙ୍କ ଭାଇ ଶ୍ରୀ ବଲ୍ଲଭ ପାଣିଗ୍ରାହୀ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତା । ମାତ୍ର ରାସେଶ୍ଵରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା, ନବୀନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ସେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ସମ୍ବଲପୁର ଆସନରୁ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଲଗାତାର ତିନିଥର ବିଧାୟକ ଭାବରେ ନିର୍ବାଚିତ ବିଜେପିର ତୁଙ୍ଗ ନେତା ଜୟ ନାରାୟଣ ମିଶ୍ରଙ୍କୁ ହରାଇଥିଲେ। ୨୦୧୯ ନିର୍ବାଚନରେ ସେ ପରାଜିତ ହୋଇଥିଲେ। ଏହା ପରେ ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.