ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ବଢିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଗି ବଢ଼ିଲା ଅଡୁଆ । କେତେକ ଗୁରୁତ୍ବପୂର୍ଣ୍ଣ ନଥି ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଟ୍ରମ୍ପଙ୍କ ଲାଗି ଏବେ ଅନେକ ଆଇନଗତ ସଙ୍କଟ ସୃଷ୍ଟି ହୋଇଛି । ଟ୍ରମ୍ପ କହିଛନ୍ତି- କ୍ଲାସିଫାଏଡ ଡକ୍ୟୁମେଣ୍ଟ ନେବା ପ୍ରସଙ୍ଗରେ ଦୁର୍ନୀତିଗ୍ରସ୍ତ ବାଇଡେନ ପ୍ରଶାସନ ପକ୍ଷରୁ ତାଙ୍କ ଆଟର୍ଣ୍ଣିଙ୍କୁ ସୂଚନା ଦିଆଯାଇଥିଲା । ଟ୍ରମ୍ପଙ୍କ ଆଟର୍ଣ୍ଣି ଜିମ୍ ଟ୍ରଷ୍ଟି କହିଛନ୍ତି ଟ୍ରମ୍ପଙ୍କ ନାମରେ ୭ଟି ଅଭିଯୋଗ ଦାୟର ହୋଇଛି ।
ତନ୍ମଧ୍ୟରେ ରହିଛି ଗୁଇନ୍ଦାଗିରି ଆଇନ ଉଲ୍ଲଂଘନ, ମିଥ୍ୟା ବିବୃତି ପ୍ରଦାନ, ଅନ୍ୟାୟ, ଷଡ଼ଯନ୍ତ୍ର ରଚନା ଇତ୍ୟାଦି । ଟ୍ରମ୍ପ କହିଛନ୍ତି ଆସନ୍ତା ମଙ୍ଗଳବାର ଦିନ ତାଙ୍କୁ ମିଆମିର ଏକ ଫେଡେରାଲ କୋର୍ଟ ହାଉସରେ ହାଜର ହେବା ଲାଗି ସମନ ଜାରି କରାଯାଇଛି । କ୍ଲାସିଫାଏଡ ଡକ୍ୟୁମେଣ୍ଟ ମାମଲାରେ ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ତାଙ୍କ ଓକିଲ । ପୂର୍ବରୁ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବି ଅଡୁଆର ସମ୍ମୁଖୀନ ହୋଇଥିଲେ ଟ୍ରମ୍ପ ।