ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆଗରେ ବେଲୁନ ଉଡ଼ାଇ ୪ କଂଗ୍ରେସ କର୍ମୀ ଗିରଫ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ମାମଲା ସାମନାକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆଡକୁ ପ୍ରଦର୍ଶନକାରୀ କଳା ରଙ୍ଗର ବେଲୁନ ଛାଡିଥିଲେ। ବିଜୟୱାଡାରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବା ସମୟରେ ଆକାଶରେ କଳା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସକର୍ମୀ ଏହି ବେଲୁନ ଛାଡିଥିଲେ ବୋଲି ଖବର ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯେଉଁ ସ୍ଥାନରୁ ଉଡାଣ ଭରିଥାନ୍ତା, ସେଠାରେ କିଛି କଂଗ୍ରେସ କର୍ମୀ ପ୍ରଦର୍ଶନ କରୁଥିଲେ। ତାଙ୍କ ହାତରେ କଳା ରଙ୍ଗର ବେଲୁନ ଏବଂ ଫ୍ଲାକକାର୍ଡ ଧରିଥିଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ। ବିଜୟୱାଡା କମିଶନରଙ୍କ କହିବାଅନୁଯାୟୀ, ପିଏମଙ୍କ ହେଲିକପ୍ଟରରୁ ପ୍ରାୟ ଦୁଇ କିଲୋମିଟର ଦୂରେରୁ କିଛି କଂଗ୍ରେସକର୍ମୀ ବେଲୁନ ଛାଡିଥିଲେ। ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଜଣେ ଏବେ ବି ଫେରାର ଥିବା ସେ କହିଛନ୍ତି।

ବିମାନ ବନ୍ଦରରୁ ଉଡାଣ ଭରିବାର ମାତ୍ର ୫ ମିନିଟ ପରେ ବିମାନ ବନ୍ଦରରୁ ପ୍ରାୟ ୪ କିଲୋମିଟର ଦୂରରୁ ବେଲୁନ ଛଡାଯାଉଥିବା ଦେଖିବାକୁ ମିଳିଥିଲା। ଦୁଇ କଂଗ୍ରେସ କର୍ମୀ ରାଜୀବ ରତନ ଏବଂ ରବି ପ୍ରକାଶ ଏକ ନିର୍ମାଣଧିନ କୋଠାରେ ଚଢି ଏହି କଳା ରଙ୍ଗର ବେଲୁନ ଉଡାଇଥିଲେ। ଅନ୍ୟପଟେ ବିଜେପି ଅଧ୍ୟକ୍ଷ ସୋମୁ ବୀରରାଜୁ ଏହାର କଡା ବିରୋଧ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ବିରୁଦ୍ଧରେ କଂଗ୍ରସ ଷଡଯନ୍ତ୍ର ବୋଲି କହିଛନ୍ତି। ତେବେ ସମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

 

Leave A Reply

Your email address will not be published.