ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ହତ୍ୟା ମାମଲାରେ ଆଉ ୪ ଜଣଙ୍କୁ ଗିରଫ କଲା ପୋଲିସ

0

ବଲାଙ୍ଗୀର ସମିତି ସଭ୍ୟ ପ୍ରାର୍ଥୀ ବନିତା ବିଶ୍ୱାଳଙ୍କ  ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏହା ସହିତ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ଗତକାଲି ବେଲପଡ଼ା ଥାନା ପୁଲିସ୍ ଦୁଇ ସୁପାରୀ କିଲର ସୀତାରାମ ବିନ୍ଧାଣି ଓ ରବି ଶାଣ୍ଡଙ୍କୁ ଗିରଫ କରିଥିଲା ବେଳେ ଆଜି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବନମାଲ ଗାଁର ବସୁଦେବ ପଧାନଙ୍କ ସହିତ ଆଉ ତିନି ଜଣଙ୍କୁ  ପୁଲିସ୍‌ ଗିରଫ କରିଥିବା ନେଇ ସୂତ୍ରରୁ ଜଣାପଡିଛି।ସମସ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ୍‌।

ଅନ୍ୟପକ୍ଷରେ ୬ ଜଣ ଗିରଫ ହୋଇସାରିଥିଲେ ସୁଦ୍ଧା ଏହି ହତ୍ୟାକାଣ୍ଡ ପଛରେ ଥିବା କାରଣ ସଂପର୍କରେ ଏଯାବତ୍ କିଛି ସ୍ପଷ୍ଟ କରିନ ପୁଲିସ୍‌। ପୂର୍ବରୁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଲୋକନାଥଙ୍କୁ ମାରିବାକୁ ବସୁଦେବ ପଧାନ ସୁପାରୀ ଦେଇଥିଲେ ସ୍ପଷ୍ଟ ହୋଇଯାଇଛି ବୋଲି କୁହାଯାଉଛି। ତେବେ ସେ ସିଧାସଳଖ ସୁପାରୀ କିଲରଙ୍କ ସହ ଯୋଗାଯୋଗ ନ କରି ଅନ୍ୟମାନଙ୍କ ସାହାଯ୍ୟ ନେଇଥିଲେ ବୋଲି କୁହାଯାଉଛି।

Leave A Reply

Your email address will not be published.