ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା wifi ଓ 1 gb ଡାଟା। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ର ସମୀକ୍ଷା ବୈଠକ ପରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା 1 GB ଡାଟା ଯୋଗାଇଦେବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ପୋର୍ଟସ ପଲିସି ଓ ଷ୍ଟାର୍ଟ ଅଫ ପଲିସି ରାଜ୍ୟ ସରକାର ଆଣିବେ। ସିଭିଲ ସର୍ଭିସି ପାଇଁ ନୂଆ ମଡେଲରେ ରାଜ୍ୟ ସରକାର କୋଚିଂ ଦେଉଛନ୍ତି। ପରୀକ୍ଷା କରି 200 ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।
ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସବୁ କଲେଜ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ଓ ଓ୍ବାନ ଜିବି ଡାଟା। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ଓ୍ବାନ ଜିବି ଡାଟା ଯୋଗାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ। ସେହିପରି ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର।
୨୦୦୦ ମସିହାରେ ରାଜ୍ୟରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା, ଏବେ ଏହା ୧୦୨୪ରେ ପହଞ୍ଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ରୁ ୨୫ରେ ପହଞ୍ଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇ ଥିବା ବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି। ଖୁବ ଶୀଘ୍ର ଷ୍ଟୁଡେଣ୍ଟ ସ୍ପୋର୍ଟସ ପଲିସି ଓ ଷ୍ଟୁଡେଣ୍ଟ ଷ୍ଟାର୍ଟ ଅପ ନୀତି ଆରମ୍ଭ ହେବ ।
ଉଚ୍ଚଶିକ୍ଷା ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ କଲେଜରେ ଅନ୍ତର୍ଜାତୀୟ ୟୁଥ ଫେଷ୍ଟିଭାଲ କରାଯିବ। ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର ନାକ୍ ଗ୍ରେଡ୍ Aପ୍ଲସରୁ Aକୁ ଖସିବା ନେଇ ନାକ୍ ନିକଟରେ ଆପତ୍ତି ଦାଖଲ କରାଯାଇଛି। ସେମାନେ ଏହାକୁ ବିଚାର କରିବେ। କେଉଁ କେଉଁ କ୍ଷେତ୍ରରେ ମାର୍କିଂ କମିଲା, ସେ ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆପତ୍ତି ଉଠାଇଥିବା ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ କହିଛନ୍ତି।