ତାତିରୁ ଆଶ୍ବସ୍ତି, ବର୍ଷାରେ ଭିଜିଲା ରାଜଧାନୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ତାତିରୁ ମିଳିଛି ଆଶ୍ବସ୍ତି। ବର୍ଷାରେ ଭିଜିଛି ରାଜଧାନୀ।   ଆଜି ସକାଳ ୭ଟା ବେଳକୁ ଆରମ୍ଭ ହୋଇଯାଇଥିଲା ଖରା। ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରା ଯୋଗୁଁ ବାହାରକୁ ଯିବା ଅସମ୍ଭବ ହୋଇପଡୁଥିଲେ ବି ଦିନ ୨ଟା ୩୦ରେ ପାଗରେ ପରିବର୍ତ୍ତନ ଆସିଛି।

କାଳବୈଶାଖୀ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ବର ଥଣ୍ଡା ପଡ଼ିଛି। ପବନର ବେଗ ଘଣ୍ଟା ପିଛା ୪୦ରୁ ୫୦ କିମି ବହିଛି। କିଛି ସ୍ଥାନରେ ଚାଳ, ଛପର ଉଡାଇ ନେଇଛି। ସେହିପରି ରାସ୍ତାରେ ଗଛ ମଧ୍ୟ ପଡ଼ିଥିବା ସୂଚନା ମିଳିଛି। ଦିନ ୨ଟା ୩୦ରୁ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ରାଜଧାନୀବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି।

ମଧ୍ୟମଧରଣର ବର୍ଷା ୨ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି। ରାସ୍ତାରେ ପାଣି ପ୍ରବାହିତ ହୋଇଛି। ବର୍ଷା ଯୋଗୁଁ ଆଗାମୀ ଦୁଇ/ତିନି ପ୍ରବଳ ଗରମରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୨ ଡିଗ୍ରି ରେକର୍ଡ ହୋଇଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ସମ୍ବଲପୁର: ୩୯.୨ ଡ଼ିଗ୍ରି, ଝାରସୁଗୁଡାରେ ୩୮.୪ଡ଼ିଗ୍ରି, ହୀରାକୁଦରେ ୩୭.୪ଡ଼ିଗ୍ରି, ଚାନ୍ଦବାଲିରେ ୩୫.୬ ଡ଼ିଗ୍ରି, କେନ୍ଦୁଝରରେ ୩୫.୦ ଡ଼ିଗ୍ରି, ବାଲେଶ୍ୱରରେ ୩୫.୦ ଡ଼ିଗ୍ରି, ପୁରୀରେ ୩୩.୦ ଡ଼ିଗ୍ରି, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରି ଓ ଗୋପାଳପୁରରେ ୩୩.୪ ଡ଼ିଗ୍ରି ପାରା ଛୁଇଁଥିଲା।

Leave A Reply

Your email address will not be published.