ବ୍ରହ୍ମଗିରିରୁ ବୁଡାପେଷ୍ଟ: ବିଶ୍ବ ଦରବାରରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବ୍ରହ୍ମଗିରିରୁ ବୁଡାପେଷ୍ଟ । ବିଶ୍ବ ଦରବାରରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା । ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସପି ଜାଭେଲିନ୍ ଥ୍ରୋରେ ପଦକଠାରୁ ଆଉ ପାଦେ ଦୂରରେ ଅଛନ୍ତି । ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଆସନ୍ତାକାଲି ଫାଇନାଲ୍ ଇଭେଣ୍ଟ ଅଛି । ୧୨ ଆଥଲେଟଙ୍କ ସହ ମେଡାଲ୍ ପାଇଁ ଲଢ଼ିବେ କିଶୋର । ତାଙ୍କ ସହ ଅଛନ୍ତି ଆଉ ଦୁଇ ଭାରତୀୟ ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଡିପି ମନୁ ।

କିଶୋରଙ୍କ ସଫଳତା କାମନା କରୁଛି ସାରା ରାଜ୍ୟ । ପୁଅର ସଫଳତାରେ ମାଆ ଆଖିରୁ ଖୁସିର ଲୁହ ବହି ଯାଉଛି । ପରିବାର ସଦସ୍ୟଙ୍କ ଖୁସି କହିଲେ ନସରେ । ପରିବାରର ସାତ ଝିଅରେ ଗୋଟିଏ ପୁଅ କିଶୋର । ଗାଁ ପୁଅର ସଫଳତା କାମନା କରୁଛି ବ୍ରହ୍ମଗିରିର କୋଠସାହି । …

କ୍ବାଲିଫିକେସନ୍ ରାଉଣ୍ଡରେ କିଶୋର ୮୦.୫୫ ମିଟର ଥ୍ରୋ କରିଥିଲେ । ଗ୍ରୁପ୍ ବି’ ରେ ତାଙ୍କର ମୁକାବିଲା ପାକିସ୍ତାନର ଅର୍ଶଦ ନଦୀମ ଓ ଜାକବ ଭାଦଲେଜକଙ୍କ ସହ ହୋଇଥିଲା । ଆସନ୍ତାକାଲି ଜାଭେଲିନ୍ ଫାଇନାଲରେ କିଶୋର, ନୀରଜ ଓ ଡିପି ମନୁ ଭାଗ୍ୟ ପରୀକ୍ଷା କରିବେ । ଗୋଟିଏ ଇଭେଣ୍ଟରେ ୩ଜଣ ଭାରତୀୟ ବିଶ୍ବ ପ୍ରତିଯୋଗିତା ଫାଇନାଲ୍ ଖେଳିବାକୁ ଯାଉଥିବା ଘଟଣା ଭାରତୀୟ କ୍ରୀଡ଼ାରେ ଏକ ବିରଳ ମୁହୂର୍ତ୍ତ । ନୀରଜ ଫାଇନାଲରେ ପହଞ୍ଚିବା ସହ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଛନ୍ତି ।
ବାଇଟ୍- ନୀରଚ ଚୋପ୍ରା, ଆଥଲେଟ୍।  ଗତ ଥର ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିଥିଲେ ନୀରଜ ଚୋପ୍ରା । ଏଥର ଫାଇନାଲରେ ତିନି ଜଣ ଭାରତୀୟ ଥିବାରୁ ପଦକ ପକ୍କା ଆଶା କରାଯାଉଛି । ସମସ୍ତଙ୍କ ନଜର ଓଡ଼ିଆ ଆଥଲେଟ କିଶୋର ଜେନାଙ୍କ ଉପରେ । … ବ୍ୟୁରୋ ଇନପୁଟ ସହ ବ୍ରହ୍ମଗିରିରୁ ଅଭିଜିତ ପାତ୍ର, କଳିଙ୍ଗ ଟିଭି । …

Leave A Reply

Your email address will not be published.