ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଏନେଇ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୋଲିସ ଡିଜି ସୁନିଲ୍ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି ରିହର୍ସଲ । ଚଳିତ ବର୍ଷ ପରେଡରେ ଏସଏସବି, ଓଏସଏପି ସପ୍ତମ ବାଟାଲିୟନ, ଓଡ୍ରାଫ, ଓଡିଶା ବ୍ରାସବ୍ୟାଣ୍ଡ ସାଙ୍ଗକୁ ଛତିଶଗଡ ପୋଲିସର ଏକ ଟିମ ପରେଡରେ ଅଂଶଗ୍ରହଣ କରିବେ ।
ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ଉତ୍ସବ ସ୍ଥଳକୁ ଆସୁଥିବା ଅତିଥି କେଉଁ ବାଟେ ଯିବେ ଏବଂ କେଉଁଠି ଗାଡି ପାର୍କ୍ କରିବେ ତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଉତ୍ସବ ଦିନ ସକାଳ ୬.୩୦ରୁ ପ୍ରଦର୍ଶନୀ ପଡିଆର ରାସ୍ତା ସିଲ କରିଦିଆଯିବ । ତେଣୁ ସେ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ନଉପୁଜେ ସେ ଦିଗରେ ମଧ୍ୟ ଗୁରୁତ୍ଵ ଦେଇଛି କମିଶନରେଟ ପୋଲିସ ।