ଜି-୨୦ ଶିଖର ସମ୍ମିଳନୀ; ଅତିଥିମାନଙ୍କ ପାଇଁ ୫୦ଟି ବୁଲେଟ୍‌ପ୍ରୁଫ୍‌ ଅଡି କାର୍‌ କିଣିଲେ ଭାରତ ସରକାର

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜନ ହେଉଛି । ଏଥିରେ ଯୋଗ ଦେବା ପାଇଁ ୨୫ରୁ ଅଧିକ ଦେଶର ନେତାମାନେ ସେମାନଙ୍କ ପ୍ରତିନିଧି ଦଳଙ୍କୁ ଧରି ଭାରତ ଆସିବେ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ପାଇଁ ଭାରତ ସରକାର ୫୦ଟି ବୁଲେଟ୍‌ପ୍ରୁଫ୍‌ ଅଡି କାର୍‌ କିଣିଥିବା କଥା ‘ଡିଏନ୍‌ଏଦ ରିପୋର୍ଟ କରିଛି। ଏଥିପାଇଁ ୪୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇଛି । ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ସମୟ ଭାରତ ସରକାର ସ୍ଥିର କରିଛନ୍ତି। ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ଅତିଥିମାନଙ୍କ ନିମନ୍ତେ ଭାରତ ସରକାର ବିଶେଷ ବ୍ୟବସ୍ଥା କରିସାରିଛନ୍ତି।

ଏହି ଶିଖର ସମ୍ମିଳନୀ ସମୟରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେବା ଲାଗି ସରକାର ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛନ୍ତି। ‘ହିନ୍ଦୁସ୍ତାନ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି, ଦିଲ୍ଲୀର ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜର୍ମାନିରୁ ୫୦ଟି ‘ଲେଫ୍‌ଟ୍‌ ହ୍ୟାଣ୍ଡ୍‌ ଡ୍ରାଇଭ୍‌ ବୁଲେଟ୍‌ପ୍ରୁଫ୍‌ ଅଡି କାର୍‌’ କିଣିଛି। କିନ୍ତୁ, ସେ କାର୍‌ଗୁଡ଼ିକ କେଉଁ ମଡେଲ୍‌ର ତାହା ଜଣାପଡ଼ି ନ ଥିଲେ ବି ‘ଅଡି ଏ୮ ସିକ୍ୟୁରିଟି’ ହୋଇଥିବ ବୋଲି ଆଶା କରାଯାଉଛି।

ଭାରତରେ ‘ଲେଫ୍‌ଟ୍‌ ହ୍ୟାଣ୍ଡ୍‌ ଡ୍ରାଇଭ୍‌’ ଯାନବାହନ ବେଆଇନ ହୋଇଥିବାରୁ ଏହି ‘ଲେଫ୍‌ଟ୍‌ ହ୍ୟାଣ୍ଡ୍‌ ଡ୍ରାଇଭ୍‌ ବୁଲେଟ୍‌ପ୍ରୁଫ୍‌ ଅଡି କାର୍‌’ ସବୁ ରାସ୍ତାରେ ଚାଲିଲେ ଦିଲ୍ଲୀ ପୁଲିସ ଅସୁବିଧାର ସମ୍ମୁଖୀନ ହେବ। ବିଶେଷ କାର୍ୟ୍ୟକ୍ରମ ପାଇଁ ଏହା ଅଣାଯାଇଥିବାରୁ ପୁଲିସ ଏହାର ଆଇନସମ୍ମତତା ପ୍ରତି ନିରବ ରହିବ। କିନ୍ତୁ, ସେ କାର୍‌ ସବୁ ରାସ୍ତାରେ ଚାଲିବା ବେଳେ ‘ରାଇଟ୍‌ ହ୍ୟାଣ୍ଡ୍‌ ଡ୍ରାଇଭ୍‌’ କାର୍‌ ସବୁ କେମିତି ଚାଲିବ ସେକଥା ନେଇ ପୁଲିସ ଚିନ୍ତିତ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ କେବଳ ଭାରତ, ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ୍‌ରେ ‘ରାଇଟ୍‌ ହ୍ୟାଣ୍ଡ୍‌ ଡ୍ରାଇଭ୍‌’ କାର୍‌ ଚଳାଚଳ କରେ। ଅନ୍ୟପଟେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ମିଳିଛି । ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବିଶ୍ୱର ଅନ୍ୟତମ କ୍ଷମତାଶୀଳ ନେତା । ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜନ ହେଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଆସୁଛନ୍ତି । ଜଳବାୟୁ ପରିବର୍ତ୍ତନ, ଜି -୨୦ ଦେଶ ସହ ସ୍ୱଚ୍ଛ ଶକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ବାଇଡେନ ଆଲୋଚନା କରିବେ । ଏହା ବ୍ୟତୀତ ବିଶ୍ୱର ଆହ୍ୱାନର ମୁକାବିଲା, ଦାରିଦ୍ର୍ୟର ମୁକାବିଲା ପାଇଁ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ ।

Leave A Reply

Your email address will not be published.