ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଗଦର ଏବଂ ଗଦର-୨ ପରେ ଏବେ ପାର୍ଟ ଥ୍ରୀ କୁ ଅପେକ୍ଷା । ବଲିଉଡ୍ର ସୁପରଷ୍ଟାର ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଶା ପଟେଲ। ତାଙ୍କ ଅଭିନୀତ ଫିଲ୍ମ ତୃତୀୟ ପାର୍ଟକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେ ହେଉଛି। ଏହି ସମୟରେ ଖବର ଆସିଛି କି ଅନୀଲ ଶର୍ମା ଦର୍ଶକଙ୍କ ପାଇଁ ଗଦର-୩ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।
ରିପୋର୍ଟ ଅନୁଯାୟୀ ଗଦର-୨ର ବମ୍ପର ସଫଳତା ଦେଖି ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଏହାର ତୃତୀୟ ଭାଗରେ ଅଧିକ ବିଳମ୍ବ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ସବୁକିଛି ନିର୍ମାତାଙ୍କ ଯୋଜନା ଅନୁଯାୟୀ ଚାଲିଥାଏ, ତେବେ ସୁଟିଂ ଟିମ ଖୁବ ଶୀଘ୍ର ଏହା ଉପରେ କାମ ଆରମ୍ଭ କରିବ । କୁହାଯାଉଛି କି ବନାରସରେ ଗଦର-୩ ର ସୁଟ କରାଯିବ। ଏହା ସହିତ ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ଫିଲ୍ମ ସୁଟିଂ ବିଭିନ୍ନ ସ୍ଥାନରେ କରାଯିବ। ଏହାର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ। ଉତ୍କର୍ଷ ଶର୍ମା ଏବଂ ସିମରତ କୌରଙ୍କ କାହାଣୀ ଗଦର -୩ ରେ ଏକ ନୂଆ ପ୍ଲଟ ସହିତ ଅଣାଯିବ । ପୁଣିଥରେ ସନ୍ନି-ଅମିଶା ଯୋଡି ଫିଲ୍ମରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିବ।
ହେଲେ ଏଥର ଭିଲେନ ଭୂମିକା ବିଷୟରେ ଆଲୋଚନା ଜୋରସୋରରେ ଚାଲିଛି।କଳ୍ପନାଜଳ୍ପନା ହେଉଛି ଯେ ମନୀଷ ୱାଧୱାଙ୍କ ପୁଅ ଭିଲେନ ହେବେ । ସେ ତାଙ୍କ ପିତାଙ୍କର ପ୍ରତିଶୋଧ ନେବେ। ଚଳଚ୍ଚିତ୍ରର କାର୍ଯ୍ୟନିର୍ବାହୀ ନିର୍ମାତା ରାଣା ଭାଟିଆ କହିଛନ୍ତି ପରବର୍ତ୍ତୀ ଭାଗର କାହାଣୀ କ୍ରାକ ହୋଇଛି। ତେଣୁ ଏଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୪ ମସିହାରେ ଗଦର-୩ ର ଅଫିସିଆଲ ଘୋଷଣା କରାଯିବ। ଫିଲ୍ମର ରିଲିଜ ଅଗଷ୍ଟ ୨୦୨୫ରେ ହେବ।