ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସର ଚଢ଼ାଉ।ମନରେଗା ବିଲ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ।ବରଗଡ଼ ଗାଇସିଲେଟ JE ସୁସ୍ମିତା ଓରାମ।ବିଲ୍‌ କରିବାକୁ ପୂର୍ବତନ ସରପଞ୍ଚଙ୍କଠୁ ଲାଞ୍ଚ ନେଉଥିଲେବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି।

ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ ସାହୁଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଦୀପ ବରଗ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ଓରାମ ଅଭିଯୋଗକାରୀ ପ୍ରଦୀପଙ୍କଠାରୁ ୮ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ମାଡି ବସିଥିଲେ।

Leave A Reply

Your email address will not be published.