ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଣେଶ ମୂର୍ତ୍ତି ଭସାଣ ବେଳେ ଶୁକ୍ରବାର ଘଟିଛି ବଡ ଅଘଟଣ । ବାରିପଦା ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଭାସିଯାଇଥିଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
୪ ଜଣ ଆଦର୍ଶ ବିଦ୍ୟାଳୟର +୨ ଛାତ୍ର ଓ ସେମାନେ ହଷ୍ଟେଲରେ ରୁହନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଙ୍ଗେ ସଙ୍ଗେ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣ ଛାତ୍ର ନିଖୋଜ ଅଛନ୍ତି ।
ପ୍ରାୟ ୨ ଘଣ୍ଟା ହେଲାଣି ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଏବେ ବି ସେମାନଙ୍କ ପତ୍ତା ମିଳିନି । ତେବେ ୪ ଜଣ ଯାକ ଆଦର୍ଶ ବିଦ୍ୟାଳୟର ଛାତ୍ର ହୋଇଥିବା ସୂଚନା ମିଳିଛି । ସେମାନେ ନିକଟସ୍ଥ ଘରୋଇ ହଷ୍ଟେଲରେ ରୁହନ୍ତି । ଭସାଣି ଦେଖିବା ପାଇଁ ଆସିଥିଲା ବେଳେ ଏଭଳି ଅଘଟଣ ଘଟିଛି ।
Comments are closed.