ମୁକୁଳା ଡ୍ରେନରେ ପଡି ଶିକ୍ଷକଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ମୁକୁଳା ଡ୍ରେନ୍‌ ପଡି ଶିକ୍ଷକଙ୍କ ମୃତ୍ୟୁ। ବ୍ରହ୍ମପୁର ଏମ୍‌କେସିଜି ଖେଳ ପଡ଼ିଆ ନିକଟସ୍ଥ ଡ୍ରେନ୍‌ରେ ପଡ଼ି ଅପରାହ୍‌ଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହେନ୍ଦ୍ର ପାଣିଗ୍ରାହୀ। ସୂଚନା ଅନୁସାରେ ଖାରବେଳ ନଗର ଲେନ୍‌-୧ର ବାସିନ୍ଦା ମହେନ୍ଦ୍ର ପାଣିଗ୍ରାହୀ ଆଜି ଅପରାହ୍‌ଣରେ ଏମକେସିଜି ମେଡ଼ିକାଲ ଖେଳ ପଡ଼ିଆ ନିକଟସ୍ଥ ଦେଇ କୌଣସି କାମରେ ଯାଉଥିଲେ।

ଆଜି ଅପରାହ୍‌ଣ ସମୟରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ରେନ୍‌ଗୁଡ଼ିକରେ ପାଣି ଭର୍ତ୍ତି ହୋଇ ପ୍ରବାହିତ ହେଉଥିଲା। ସ୍କୁଟିରେ ଯାଉଥିବା ମହେନ୍ଦ୍ର ଭାରସାମ୍ୟ ହରାଇଥିଲେ। ତାଙ୍କର ସ୍କୁଟି ଚକା ସ୍ଲିପ ହେବାରୁ ସେ ଖସି ପଡ଼ିଥିଲେ।ଡ୍ରେନ୍‌ପାଣିରେ ଭାସି ଯାଉଥିବା ମହେନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.