ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଗଞ୍ଜାମ ଡହ ଜଳସେଚନ ପ୍ରକଳ୍ପର SDO। SDO ପଞ୍ଚୁ ବେହେରାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଏକକାଳୀନ ଗଞ୍ଜାମର ୫ ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଡହ ଜଳସେଚନ ପ୍ରକଳ୍ପର ଏସ୍ଡିଓ ପଞ୍ଚୁ ବେହେରାଙ୍କ ଘରେ ଚଢାଉ ହୋଇଛି । ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ପାଞ୍ଚୋଟି ସ୍ଥାନରେ ଚଢାଉ କରିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ବ୍ରହ୍ମପୁରରେ ଥିବା ବସନ୍ତ ବିହାର, ସରକାରୀ ବାସଭବନ, ଭଞ୍ଜନଗର ସ୍ଥିତ ଘର ଏବଂ ଅଫିସ ଚାମ୍ବର, ପୋଲସରାରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ସଂପର୍କୀୟଙ୍କ ଘର ରହିଛି । ବର୍ତ୍ତମାନ ଯାଏଁ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସଠିକ୍ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।