ଗ୍ୟାସ୍‌ କଳାବଜାରୀ ଯୋଗାଣ ବିଭାଗର ରେଡ୍‌

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱରରେ ବେଆଇନ ଗ୍ୟାସ୍‌ କଳାବଜାରୀ, ଯୋଗାଣ ବିଭାଗର ରେଡ୍‌।ସାମନ୍ତରାପୁର ଅଞ୍ଚଳରେ ଗ୍ୟାସ୍‌ କଳାବଜାରୀ ସୂଚନା ପାଇ ରେଡ୍‌।ଆଗରେ କାଠ ଗୋଲା, ଭିତରେ ଚାଲିଥିଲା ଗ୍ୟାସ୍‌ ସିଲିଣ୍ଡର କାରବାର।ଗୋଦାମ ମାଲିକ ଫେରାର; ୧୦୦ରୁ ଊର୍ଦ୍ଧ୍ୱ ସିଲିଣ୍ଡର ଜବତ।

ଗତମାସ ସୂଚନାଥିଲା କି, ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିଲା । ତେଣୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କୁହାଯାଉଥିଲା । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ରେଷ୍ଟୁରାଣ୍ଟ ଓ ହୋଟେଲକୁ ସହଜରେ ଗ୍ୟାସ ମିଳିବ । ଏହାସହ ଆଉ ୧୦ ପ୍ରତିଶତ ବଢାଇବା ପାଇଁ ଆଲୋଚନା ଚାଲିଥିଲା । କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଥିଲା।

Leave A Reply

Your email address will not be published.