ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ମହଙ୍ଗା ମାଡ଼ରେ ହନ୍ତସନ୍ତ ଖାଉଟି । ଖାଦ୍ୟ ସାମଗ୍ରୀ ଠୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ ପର୍ଯ୍ୟନ୍ତ ସବୁକିଛି ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଏହାରି ମଧ୍ୟରେ ଇନ୍ଧନ ମଧ୍ୟ ଆକାଶ ଛୁଆଁ ହୋଇଛି । କିଛିଦିନ ପୂର୍ବରୁ ସରକାର ଇନ୍ଦନ ଦ୍ରବ୍ୟ କମାଇଥିବା ବେଳେ ଖାଉଟି ସାମାନ୍ୟ ଆଶ୍ୱସ୍ତି ହୋଇଥିଲେ । ତେବେ ଆସନ୍ତା କାଲିଠୁ ପୁଣି ଗ୍ୟାସ ଦର ବଢିପାରେ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ପ୍ରତିମାସ ପହିଲାରେ ଏଲପିଜି ମୂଲ୍ୟ ନିର୍ଦ୍ଦାରିତ କରାଯାଇଆସୁଛି । ସେହି ହିସାବରେ ଆସନ୍ତା କାଲି ଗ୍ୟାସ ଦରରେ ବୃଦ୍ଧି ଘଟିପାରେ। ଗ୍ୟାସ ଦର ବୃଦ୍ଧିର ଆଉ ଏକ ବଡ କାରଣ ହେଉଛି, ଅନ୍ତରାଷ୍ଟ୍ରୀୟ ବଜାରରେ ଗ୍ୟାସ୍ ଦର ଲଗାତାର ବୃଦ୍ଧି ହେବାରେ ଲାଗିଛି । ତେଣୁ ପୁଣି ରୋସେଇ ଗ୍ୟାସ୍ ଦର ବୃଦ୍ଧି ପାଇବାର ଆଶଂକା ଦେଖାଦେଇଛି ।