ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୁଲାଇ ପହିଲାରୁ ସବୁ ଜିଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ସ୍ତରରେ ଜିଲାପାଳ ଏବଂ ଏସ୍ପି ସାଧାରଣ ଅଭିଯୋଗ ଶୁଣାଣି କରିବେ। ଜୁଲାଇ ୧ ତାରିଖରୁ ସବୁ ଜିଲ୍ଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ।
ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମସ୍ତ ଅଭିଯୋଗକୁ ଜନ ଶୁଣାଣି ପୋର୍ଟାଲରେ ରେକର୍ଡ ରଖିବାକୁ ନିର୍ଦ୍ଦେଶ ରହିଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନିର୍ଦ୍ଦେଶ ଜାରି କରିଛନ୍ତି। ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣବିଧି କାରଣରୁ ଗତ କିଛି ମାସ ହେଲା ଜନ ଶୁଣାଣି ବନ୍ଦ ଥିଲା।
ଏବେ ଏହାକୁ ପୁନଃ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିଜେଡି ସରକାର ସମୟରେ ପ୍ରତ୍ୟେକ ସୋମବାର ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳ-ଏସପିମାନେ ଜନଅଭିଯୋଗର ଶୁଣାଣି କରୁଥିଲେ । ତେବେ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣବିଧି କାରଣରୁ ଗତ କିଛି ମାସ ହେଲା ଜନ ଶୁଣାଣି ବନ୍ଦ ଥିଲା। ଏବେ ଏହାକୁ ପୁନଃ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।