ଓଡିଶାର ୮ ଉତ୍ପାଦନକୁ ଜିଆଇ ଟ୍ୟାଗ ମାନ୍ୟତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡିଶାର ୮ ଉତ୍ପାଦନକୁ ଜିଆଇ ଟ୍ୟାଗ ମାନ୍ୟତା । ଖଜୁରୀ ଗୁଡ, ଢେଙ୍କାନାଳ ମଗଜି , ମୟୁରଭଞ୍ଜ କାଇ ଚଟଣୀକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । ନୟାଗଡ କଂଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ ।କଂଟିଲୋ ଅଚଳରେ ଏହି ସ୍ୱତନ୍ତ କଂଟେଇମୁଣ୍ଡି ବାଇଗଣ ହୋଇଥାଏ । ପୋଷକ ତତ୍ୱରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ୱାଦ ମଧ୍ୟ ଭାରି ନିଆରା । ଖଣ୍ଡପଡା ବ୍ଲକର କଂଟିଲୋ ମହାନଦୀ କୂଳେ କୂଳେ କଂଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି ।

ଏହା ସ୍ୱଦିଷ୍ଟ ଥିବାରୁ ବିକ୍ତି ବଢି ଚାଲିଛି । ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଂଚଳ ସମେତ ନୟାଗଡ ଜିଲ୍ଲାର ବିଭିନ୍ନ ଗାଁରେ ଏହି ଚାଷ କରାଯାଉଛି । ସେହିପରି ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ କୁ ମଧ୍ୟ ଜିଆଇ ଟ୍ୟାଗ ମିଳିଛି । କେନ୍ଦ୍ରାପଡା ରସାବଳି, କୋରାପୁଟ କଳାଜିରା ଧାନ ଏବଂ ରାୟଗଡା ଜିଲ୍ଲାର ଦୁଇ ଗୋଟି ଆଦୀମ ଜନଜାତିଙ୍କ ପୁରାତନ ଟିତ୍ରକଳା ଓ ହସ୍ତତନ୍ତକୁ ଜି. ଆଇ ଟ୍ୟାଗ ମିଳିଛି । ଏହାକୁ ନେଇ ରାଜ୍ୟ ଜନଜାତି , ଅନୁସୂଚିତ ଜାତି , ଆଇନ ଓ ପଛୁଆ ବର୍ଗ ମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଟ୍ୱଟରରେ ସୂଚନା ଦେଇଛନ୍ତି ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜେଷ୍ଟ୍ରି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ମାନ୍ୟତା କରାଯାଇଛି । କଂଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା ।

ଜିଲ୍ଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ବୈଠକ କରାଯିବ ଏଥିରେ ସହମତି ପ୍ରକାଶ ପାଇଥିଲା । ଆବଶ୍ୟକୀୟ ଡକୁ୍ୟମେଂଟସ ପ୍ରସ୍ତୁତ କରାଯାଇ ଓୟୁଏଟିକୁ ଦିଆଯାଇଥିଲା । ଓୟୁଟି ପ କ୍ଷରୁ ଆବଶ୍ୟକ କାଗଜପତ୍ର ଜିଆଇ ଟ୍ୟାଗ କା ର୍ଯ୍ୟାଳୟକୁ ପଠାଯାଇଥିଲା ଆଜି ଏହି କେଂଟଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ । ନୟାଗଡ ଜିଲ୍ଲା ପ୍ରଶାସନ ସହାୟତାରେ କଂଟିଲୋ ସ୍ଥିତ ନୀଳମାଧବ କୃଷି ସମଙ୍ଗଠନ ଏହି କଂଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲା ।

Leave A Reply

Your email address will not be published.