ଜୁଲାଇ ୩୧ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବନି ଗୋ ଫାଷ୍ଟ ବିମାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ବିମାନରେ ଯାତ୍ରା କରିବାକୁ ଚାହୁଁଛନ୍ତି କି? ତାହେଲେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଗୋ ଫାଷ୍ଟର ସମସ୍ତ ଉଡାଣକୁ ୩୧ ଜୁଲାଇ ପର୍ୟ୍ୟନ୍ତ ବାତିଲ କରାଯାଇଛି। ଯାତ୍ରୀଙ୍କୁ କ୍ଷମାମାଗି ଏୟାରଲାଇନ୍ସ କମ୍ପାନୀ ତା’ର ସମସ୍ତ ଉଡାଣକୁ ଜୁଲାଇ ୩୧ ପର୍ୟ୍ୟନ୍ତ ରଦ୍ଦ କରି ଦେଇଛି। ପରିଚାଲନା କାରଣରୁ, ଗୋଫାଷ୍ଟ ପୁଣିଥରେ ମଙ୍ଗଳବାର ପର୍ୟ୍ୟନ୍ତ ଏହାର ସମସ୍ତ ବିମାନକୁ ବାତିଲ କରିଦେଇଛ।

ଗୋ ଫର୍ଷ୍ଟ କମ୍ପାନୀ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଏ ବିଷୟରେ ସୂଚନା ଦେଇଛି। ସେ କହିଛନ୍ତି ଯେ ଫାଷ୍ଟ ପରିଚାଳନା କାରଣରୁ ଗୋଫାଷ୍ଟ ଜୁଲାଇ ୩୧ ପର୍ୟ୍ୟନ୍ତ ତା’ର ସମସ୍ତ ବିମାନ ବନ୍ଦ କରିଦେଇଛି। ଏହା ସହିତ କମ୍ପାନୀ ବାରମ୍ବାର ଯାତ୍ରୀମାନଙ୍କୁ କ୍ଷମା ମାଗିଛି।

Leave A Reply

Your email address will not be published.