ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ୍ ହୋଇଛି। ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ ଅଫିସରେ ଗତକାଲି ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୁଲିସ ମିଳିତ ଭାବେ ରେଡ୍ କରିଥିବା ଜଣାଯାଇଛି। ଭଦ୍ରକ ମୋଟଲ ଛକସ୍ଥିତ ଅଫିସ୍ରେ ଫ୍ଲାଇଂ ସ୍କ୍ବାଡ୍ ଏବଂ ଇନ୍କମ ଟ୍ୟାକ୍ସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଛି।
ରବିବାର ରାତିରେ ମଧ୍ୟ ରେଡ୍ କରାଯାଇଥିଲା। ସୋମବାର ସନ୍ଧ୍ୟାରେ ପୁଣି ଥରେ ଚଢାଉ ହେଲା। ତେବେ ଏହି ରେଡ୍ ସମୟରେ ବିଜେଡି କର୍ମୀ କଂଗ୍ରେସ ଅଫିସ୍ ବାହାରେ ହୋହଲ୍ଲା କରିବା ଏବଂ ଆଇଟି ଓ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀଙ୍କୁ ଏସକର୍ଟ କରି ଆଣୁଥିବା ଅଭିଯୋଗକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିଲା। । ଏହାକୁ ବିରୋଧ କରି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଶତାଧିକ କର୍ମୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି, ଚେକିଂ କରିବାର କିଛି ଅସୁବିଧା ନାହିଁ। ଏଥିପାଇଁ ଆମେ ତାଙ୍କୁ ସ୍ୱାଗତ କରୁଛି। ହେଲେ ତାଙ୍କ ସାଙ୍ଗରେ ୧୦ରୁ ୧୫ଜଣ ବିଜଡି କର୍ମୀ କିପରି ଆସିଲେ? ଏନେଇ ଜିଲ୍ଲାପାଳ ଓ ଏସପି ନିକଟରେ ଅଭିଯୋଗ କରିଛୁ। ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।
Comments are closed.