ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ; ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାବିତ୍ରୀ ଭାର ଦେଇ ଝିଅ ଘରୁ ଫେରୁଥିଲେ। ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ମେଘଳା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କବିରାଜ ପୋଢ଼ (୪୬)।

ସୂଚନା ଅନୁସାରେ କବିରାଜ ସାବିତ୍ରୀ ଭାର ଦେବାକୁ  ବାଇକ ଯୋଗେ ନିଜ ଝିଅ ଘରକୁ ଯାଇଥିଲେ। ଆଜି ସକାଳେ ସେ ଭାର ଦେଇ ଝିଅ ଘର ସାରଙ୍ଗପାଲି ଗାଁରୁ ନିଜ ଘରକୁ ଫେରୁଥିଲେ।ଏତିକିବେଳେ ବାଇକଟି ଭାରସାମ୍ୟ ହରାଇ  ଧାନ ଗଦାକୁ ଧକ୍କା ଦେଇଥିଲା । ଫଳରେ କବିରାଜ ଛିଟିକି ତଳେ ପଡ଼ି ଯାଇଥିଲେ।

ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ କବିରାଜଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.