ହରପ୍ରିୟା ଜେନା ଭାବରେ କୃତକାର୍ଯ୍ୟ ହେବାପରେ ବିଦ୍ୟାଳୟରେ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗାନ୍ଧିଜୀ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ହରପ୍ରିୟା ଜେନା ମାର୍ଶାଘାଇ ବ୍ଲକ ଟପ୍ପର ଭାବରେ କୃତକାର୍ଯ୍ୟ ହେବାପରେ ବିଦ୍ୟାଳୟରେ ସମ୍ବର୍ଦ୍ଧନା | କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଳକ୍ ଆୟତପୁର ଗାନ୍ଧିଜୀ ଉଚ୍ଚବିଦ୍ୟାପୀଠ ର ଛାତ୍ରୀ ହରପ୍ରିୟା ଜେନା ମଇ ମାସ ୨୬ ତାରିଖରେ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ ୫୪୫ ମାର୍କ ରଖି ମାର୍ଶାଘାଇ ବ୍ଲକ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |

ହରପ୍ରିୟାଙ୍କୁ ସେ ଅଧୟନ କରିଥିବା ବିଦ୍ୟାଳୟ ପରିସର ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି | ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ନାୟକ, ଶିକ୍ଷକ ଅଜୟ କୁମାର ନାୟକ, ଶିକ୍ଷୟତ୍ରୀ କାଞ୍ଚନ ନାୟକ, ଶିକ୍ଷକ ସଞ୍ଜୀବ ନାୟକ, ଶିକ୍ଷକ ମନୋରଞ୍ଜନ ବେହେରା ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଆୟତପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଆଶୁତୋଷ ପାତ୍ର, ମୋ ସ୍କୁଲ ସଭାପତି ଜ୍ଞାନରଞ୍ଜନ ନାୟକ ଓ ବିଦ୍ୟାଳୟର ପୁରାତନ ଛାତ୍ରଙ୍କ ଉପସ୍ଥିତ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ହରପ୍ରିୟା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ହରପ୍ରିୟା ଙ୍କ ଏହି କୃତିତ୍ୱରେ ତାଙ୍କ ବାପା ବେଶ ଭାବ ବିହ୍ଵଳ ହେଇଯାଇଥିଲେ | ହରପ୍ରିୟା ଜେନା ଜଣେ ଡାକ୍ତର ହେବେ ବୋଲି କହିଛନ୍ତି |

ଡାକ୍ତର ହେବାକୁ କାହିଁକି ଇଛା ପ୍ରକାଶ କରିଛନ୍ତି ପଚାରିବାରୁ ଡାକ୍ତର ହେଉଛନ୍ତି ଭଗବାନ ଙ୍କ ଦ୍ୱିତୀୟ ଅବତାର ବୋଲି କହିଛନ୍ତି ହରପ୍ରିୟା | ହରପ୍ରିୟାଙ୍କ କୃତିତ୍ୱ ହେବା ପଛରେ ଈଶ୍ୱରଙ୍କ ଆଶ୍ରିବାଦ ଓ ବାପା ମାଆଙ୍କ ଆଶ୍ରିବାଦ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭଲପାଇବା ଓ ପ୍ରେରଣା ଅଛି ବୋଲି ହରପ୍ରିୟା ପ୍ରକାଶ କରିଥିଲେ | ହରପ୍ରିୟା ଙ୍କ ବାପା ଜଣେ ସାଧାରଣ କୃଷକ ହୋଇଥିବାରୁ ଆର୍ଥିକ ଦୃଷ୍ଟିକୋଣରୁ ସେତେ ସ୍ଵଛଳ ନୁହନ୍ତି | ସେ କହିଛନ୍ତି ମୋ ଝିଅକୁ ଡାକ୍ତର କରିବା ପାଁଇ ଦରକାର ପଡିଲେ ମୋ ଜମି ବାଡ଼ି ବିକ୍ରି କରି ଝିଅ ଦେଖିଥିବା ସ୍ବପ୍ନକୁ ସାକାର କରିବି |

Leave A Reply

Your email address will not be published.