ବିଷ୍ଣୁ ବ୍ରତଙ୍କ ପାଇଁ ପ୍ରଚାର କରୁଛନ୍ତି ଯୁବ ନେତା ରତିକାନ୍ତ ପ୍ରଧାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାୟକାନଦିହ ରେ ବିଷ୍ଣୁ ବ୍ରତ ଙ୍କ ପାଇଁ ଜୋର୍ ସୋର୍ ରେ ପ୍ରଚାର କରୁଛନ୍ତି ଯୁବ ନେତା ରତିକାନ୍ତ ପ୍ରଧାନ।  ଜମୁଛି ପ୍ରଚାର, ସବୁ ଆଡ଼େ ଜୋର୍ ସୋର୍ ରେ ପ୍ରଚାର ଓ ସଭା ଚାଲିଛି ବିଭିନ୍ନ ସ୍ଥାନରେ ସବୁ ରାଜନୈତିକ ଦଳ ପକ୍ଷରୁ। ପ୍ରାର୍ଥୀ ଙ୍କ ଛଡ଼ା ସମର୍ଥକ ମାନେ ମଧ୍ୟ ଯୋର୍ ସୋର୍ ରେ ପ୍ରଚାର କରୁଛନ୍ତି। ରହି କ୍ରମ ରେ ଦେଖିବାକୁ ମିଳୁଛି ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାନଦିହ୍ ପଞ୍ଚାୟତ ରେ ଯୁବ ନେତା ତଥା ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ଦୃଢ଼ ସମର୍ଥକ ରତିକାନ୍ତ ପ୍ରଧାନ (ପିଣ୍ଟୁ) ଙ୍କ ନେତୃତ୍ବ ରେ ପ୍ରଚାର କାର୍ଯ୍ୟ।

ଘର କୁ ଘର ବୁଲି ପ୍ରଚାର କାର୍ଯ୍ୟ ଜୋର୍ ସୋର୍ ରେ କରୁଛନ୍ତି ରତିକାନ୍ତ। ଅନ୍ୟ ଦଳ ର କର୍ମୀ ମାନଙ୍କୁ ଆଣି ବିଜେଡ଼ି ରେ ମିଶାଇ ପଞ୍ଚାୟତ ରେ ସଂଗଠନ କୁ ସୁଦୃଢ଼ କରୁଛନ୍ତି ରତିକାନ୍ତ ପ୍ରଧାନ। କିଛି ମାସ ତଳେ ବିଜେଡ଼ି ମିଶି ଥିଲେ ରତିକାନ୍ତ ପ୍ରଧାନ। ଚଳିତ ନିର୍ବାଚନ ରଣାଙ୍ଗନରେ ବାସୁଦେବପୁର ରେ ଦ୍ୱିତୀୟ ଥର ପାଇଁ ବିଷ୍ଣୁ ବ୍ରତ ରାଉତ ରାୟ ବିଧାୟକ ହେବେ ବୋଲି କହିଛନ୍ତି ରତିକାନ୍ତ।

ପଞ୍ଚାୟତ ର ସମସ୍ତ ବରିଷ୍ଟ ଓ ଯୁବ ନେତୃତ୍ବ ଙ୍କ ସହ ମିଳିମିଶି କାମ କରୁଛୁ ଆମ ଅଞ୍ଚଳ ରୁ ଅଧିକ ରୁ ଅଧିକ ଭୋଟ ବିଷ୍ଣୁ ବ୍ରତ ରାଉତ ରାୟ ପାଇବେ ବୋଲି କହିଛନ୍ତି ରତିକାନ୍ତ। ପଞ୍ଚାୟତ ର ନେତୃତ୍ବ ମାନଙ୍କ ମଧ୍ୟରେ କମଳା କାନ୍ତ ସାହୁ, ଆଦ୍ୟାତ ମହାପାତ୍ର, ଧମେନ୍ଦ୍ର ପଲାଇ, ମୁରଲୀ ଧର ପାଣ୍ଡବ, ରମେଶ ମହାଳିକ, ଅନ୍ୟ ନେତୃତ୍ବ ଙ୍କ ସହ ରତିକାନ୍ତ ମିଳି ମିଶି ପ୍ରଚାର କାର୍ଯ୍ୟ ଜୋର୍ ସୋର୍ ରେ କରାଯାଉଛି ବୋଲି କହିଛନ୍ତି ରତିକାନ୍ତ ପ୍ରଧାନ ପିଣ୍ଟୁ।

Leave A Reply

Your email address will not be published.