ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲାର ଆଜି ଶୁଣାଣି କରିଛନ୍ତି ସୁପ୍ରିମ୍କୋର୍ଟ । ଶୁଣାଣିରେ ୮ ଦୋଷୀଙ୍କ ଜାମିନ କରୁଛନ୍ତି ସୁପ୍ରିମ୍ କୋର୍ଟ । ତେବେ, ଏହି ଘଟଣାରେ ସଂପୃକ୍ତ ଅନ୍ୟ ୪ ଦୋଷୀଙ୍କ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଶୀର୍ଷ ଅଦାଲତ। ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୮ ଜଣ ଦୋଷୀଙ୍କୁ ୧୭ ବର୍ଷରୁ ଅଧିକ ସମୟ ଜେଲରେ କାଟିଥିବା ଦର୍ଶାଇ ଜାମିନ ପ୍ରଦାନ କରିଛନ୍ତି। ଏହି ୮ ଜଣ ଦୋଷୀ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଏବଂ ହାଇକୋର୍ଟଙ୍କ ଆଦେଶ କ୍ରମେ ସେମାନଙ୍କ ଦଣ୍ଡାଦେଶକୁ ବଜାୟ ରଖାଯାଇଛି। ନିମ୍ନ ଅଦାଲତଙ୍କ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ।
ଗୁଜରାଟ ହାଇକୋର୍ଟ ଏହି ଦୋଷୀମାନଙ୍କର ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି। ନିମ୍ନ ଅଦାଲତ ୧୧ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ ମସିହା ଫେବ୍ରୁଆରି ୨୭ ତାରିଖରେ ଗୁଜରାଟର ଗୋଧ୍ରା ରେଳ ଷ୍ଟେସନରେ ସାବରମତୀ ଏକ୍ସପ୍ରେସର କିଛି ବଗି ଜଳିଯିବାରୁ ୫୮ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ଗୁଜରାଟରେ ବଡ଼ ଧରଣର ଦଙ୍ଗା ସୃଷ୍ଟି କରିଥିଲା। ୨୦୧୧ରେ ଗୁଜୁରାଟର ଏକ ସ୍ଥାନୀୟ ଅଦାଲତ ୩୧ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୬୩ ଜଣଙ୍କୁ ଦୋଷମୁକ୍ତ କରିଥିଲେ। ନିମ୍ନ ଅଦାଲତ ୧୧ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବା ବେଳେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରଥିଲେ। ପରେ ଗୁଜରାଟ ହାଇକୋର୍ଟ ୩୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ବଜାୟ ରଖିଥିଲେ ମଧ୍ୟ ୧୧ ଜଣଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୋଷୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୦୨ ମସିହାରେ ୫୯ ସେବକ ଯାତ୍ରା କରୁଥିବାବେଳେ ଟ୍ରେନର ବଗିରେ ନିଆଁ ଲଗାଯାଇଥିଲା । ଏହା ପରଠୁ ଗୁଜରାଟରେ ଭୟଙ୍କର ଦଙ୍ଗା ସୃଷ୍ଟି ହୋଇଥିଲା । ନରୋଦା ଗଣହତ୍ୟା ଘଟଣା ମଧ୍ୟ ପୂରା ଦେଶକୁ ଦୋହଲାଇ ଦେଇଥିଲା । ଘଟଣାର ୨୧ବର୍ଷ ପରେ ମାମଲାର ସମସ୍ତ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି ଅହମଦାବାଦ ସ୍ୱତନ୍ତ୍ରକୋର୍ଟ । ୧୬ବର୍ଷ ପରେ ଦୋଷୀଙ୍କୁ ମିଳିଛି ଆଶ୍ୱସ୍ତି । ୮୬ଜଣ ଦୋଷୀ ଜେଲରେ ସଜ୍ଜା କାଟୁଥିବାବେଳେ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ମୃତ୍ୟୁ ହୋଇସାରିଛି ।