ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚଳିତ ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ହାସଲ କରିଛି ଭାରତୀୟ ଦଳ । ଭାରତର ପଦକ ତାଲିକାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଯୋଡ଼ି ହୋଇଛି। ଫଳରେ ଭାରତର ପଦକ ସଂଖ୍ୟା ୨୫ (୬ ସ୍ବର୍ଣ୍ଣ, ୮ ରୌପ୍ୟ, ୧୧ କାଂସ୍ୟ)ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଭାରତ ପଦକ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଏଥିସହ ଭାରତ ଲାଗି ଟେନିସ ଓ ସ୍କ୍ବାସରେ ଆଉ ଦୁଇଟି ଲେଖାଏଁ ପଦକ ମଧ୍ୟ ନିଶ୍ଚିତ ହୋଇଛି। ତେବେ ଭାରତୀୟ ପୁରୁଷ ଦଳ ପ୍ରିକ୍ବାର୍ଟର ଫାଇନାଲ୍ରୁ ବିଦାୟ ନେଇଛି। ଭେଟେରାନ ସୁନିଲ ଛେତ୍ରୀଙ୍କ ନେତୃତ୍ବାଧୀନ ଏହି ଦଳ ୦-୨ ଗୋଲ୍ରେ ସାଉଦି ଆରବଠୁ ହାରିଯାଇଛି।
ଭାରତକୁ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଦଳ ଗୁରୁବାର ସ୍ବର୍ଣ୍ଣ ଭେଟି ଦେଇଛି। ସରାବଜୋତ ସିଂହ, ଅର୍ଜୁନ ସିଂହ ଚୀମା ଓ ଶିବ ନରୱାଲଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୭୩୪ ସ୍କୋର୍ ସହ ଶୀର୍ଷ ସ୍ଥାନ ଦଖଲ କରି ସ୍ବର୍ଣ୍ଣ ଜିତିଥିଲେ। ଚୀନ୍ (୧୭୩୪) ରୌପ୍ୟ ଓ ଭିଏତନାମ (୧୭୩୦) କାଂସ୍ୟ ପାଇଥିଲେ। ବ୍ୟକ୍ତିଗତ ବର୍ଗରେ ସରାବଜୋତ ଓ ଅର୍ଜୁନ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ଯଥାକ୍ରମେ ଚତୁର୍ଥ ଓ ଅଷ୍ଟମ ସ୍ଥାନରେ ରହି ପଦକୁ ବଞ୍ଚିତ ହୋଇଥିଲେ। ତେବେ ଭାରତ ଚଳିତ ଏସୀୟ କ୍ରୀଡ଼ାର ବନ୍ଧୁକଚାଳନାରେ ଏପର୍ଯ୍ୟନ୍ତ ମୋଟ ୧୩ (୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୫ କାଂସ୍ୟ) ପଦକ ସହ ଚମତ୍କାର ପ୍ରଦର୍ଶନ ଦେଇଛି।