ଖୁସି ଖବର: ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ ପାଇଁ ଖୁସିର ଖବର । ଦିନକୁ ଦିନ ଚନ୍ଦ୍ରର ନିକଟତର ହେବାକୁ ଯାଉଛି ଚନ୍ଦ୍ରଯାନ-୩ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ଏବଂ ୧୫୦କି.ମି. ଏକ୍ସ ୧୭୭ କି.ମି. କକ୍ଷପଥରେ ଘୂରି ବୁଲୁଛି। ଇସ୍ରୋ ଟୁଇଟରରେ ଏ ବାବଦରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛି।

ଇସ୍ରୋ ଏକ ଟୁଇଟ୍‌ କରି ଲେଖିଛି, ଚନ୍ଦ୍ରୟାନ-୩ ସଫଳତାପୂର୍ବକ ଚନ୍ଦ୍ରର ନିକଟତମ କକ୍ଷପଥରେ ପହଞ୍ଚିଛି। ଅଗଷ୍ଟ ୧୬ରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହେବ। ଇସ୍ରୋ ଏହାପୂର୍ବରୁ ଏକ ପୋଷ୍ଟ କରି କହିଥିଲା ଯେ, ଅଗଷ୍ଟ ୧୪ରେ ଶେଷ କକ୍ଷପଥ କରିବା ପରେ ପୂର୍ବାହ୍ନ ୧୧.୩୦ ରୁ ୧୨.୩୦ମଧ୍ୟରେ ଚନ୍ଦ୍ର ପୃଷ୍ଠର ଆହୁରି ନିକଟରେ ପହଞ୍ଚିବ। ବର୍ତ୍ତମାନ ଚନ୍ଦ୍ରୟାନ ଚନ୍ଦ୍ର ପୃଷ୍ଠରୁ ୧୪୩୭ କିଲୋମିଟର ଦୂରରେ ଅଛି।

Leave A Reply

Your email address will not be published.