କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଇପିଏଫ ସୁଧହାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କୁ ମୋଦୀ ସରକାର ବଡ ଉପହାର ଦେଇଛନ୍ତି । କେନ୍ଦ୍ର ସରକାର ଇପିଏଫ ସୁଧହାରରେ ବୃଦ୍ଧି କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ବଢ଼ିଛି । ଗତବର୍ଷ ଇପିଏଫ ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା । ବର୍ତ୍ତମାନ ଏହାକୁ ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯାହା ଫଳରେ କର୍ମଚାରୀମାନେ ଲାଭ ପାଇପାରିବେ । ସୁଧହାରରେ ବୃଦ୍ଧି ହୋଇଥିବା ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.