ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଚାଷୀଙ୍କ ଆକାଉଣ୍ଟଙ୍କୁ ମୋଦୀ ସରକାର ପଠାଇବେ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୪ତମ କିସ୍ତିକୁ ନେଇ ଚାଲିଥିବା ପ୍ରତୀକ୍ଷାର ଆଜି ଅନ୍ତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୪ତମ କିସ୍ତି ବାବଦରେ ୨ହଜାର ଟଙ୍କା ଲେଖାଏଁ ପଠାଇବେ । ରାଜସ୍ଥାନର ସିକରଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିବେ ।
ଦେଶର ସାଢ଼େ ୮ କୋଟି କୃଷକଙ୍କୁ ମିଳିବ ୧୭ ହଜାର କୋଟି ଟଙ୍କା । ଏହି ଯୋଜନା ରେ ଦେଶର କୃଷକମାନେ ବାର୍ଷିକ ୬,୦୦୦ ଟଙ୍କା ସହାୟତା ପାଆନ୍ତି, ଯାହାକି ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ ଦିଆଯାଏ ।