ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ବିଦେଶରୁ ନନ୍ଦନକାନନ ଆସିବ ଧଳାସିଂହ । ଏନେଇ ଚିଠି କରିଛି ନନ୍ଦନକାନନ କତୃପକ୍ଷ। ଏହା ସହ ଜେବ୍ରା ଓ କଙ୍ଗାରୁ ମଧ୍ୟ ନନ୍ଦନକାନନ ଆଣିବାକୁ ନୂଆ ଖୁଆଡ଼ ପ୍ରସ୍ତୁତ ହେଉଛି । ବର୍ଷା ଋତୁ ଆସିଲେ ଜନ୍ତୁଙ୍କୁ ଆଣିବାକୁ ଯୋଜନା କରାଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସିବେ ନୂଆ ଅତିଥି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ନନ୍ଦନକାନନର ଧଳା ବାଘ ଅଦଳ ବଦଳ ପ୍ରକ୍ରିୟା ଦ୍ୱାରା ଆସିବେ ଗଣ୍ଡା, ବିଗଟେଲ ମକାକ, ଓଲୋ ଗିବନ । ଯାହା ନନ୍ଦନକାନନର ସୌନ୍ଦର୍ଯ୍ୟ ସହ ବେଶ୍ ରାଜସ୍ୱ ବଢାଇବ ବୋଲି ଆଶା କରାଯାଉଛି ।