ଓଡ଼ିଆ ନ୍ୟୁଜ୍: କ୍ରାଇମ୍ ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଆଇଜି ଏସ୍ ସାଇନି ଏବଂ ତାଙ୍କ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ଗୋପାଳପୁରର ବେଳାଭୂମିର ଗେଷ୍ଟହାଉସ ପଛପଟେ ସୋମବାର ରାତିରେ ଏଭଳି ସାଂଘାତିକ ଘଟଣା ଘଟିଥିଲା । ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଛି ।
ଘଟଣାସ୍ଥଳର ପାଖାପାଖି ୩ ଶହ ମିଟର ଭିତରେ ଘଟିଥିବା ଘଟଣାର ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ କେଉଁ ସ୍ଥାନରେ ବସିଥିଲେ । ୧୦ଜଣ ଯୁବକ କେଉଁଠି ପୁରୁଷ ବନ୍ଧୁଙ୍କୁ ଅଟକ ରଖିଥିଲେ । ସେଠାରୁ ଯୁବତୀଙ୍କୁ କେତେ ଦୂର ନେଇ ଗଣଦୁଷ୍କର୍ମ କରିଥିଲେ ? ଏ ତମାମ ବିଷୟ ଉପରେ ଟିକିନିଖି ତଦନ୍ତ କରିଥିଲେ । ଏଥିସହିତ ଏହି ଟିମ୍ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରିଛି ।