ସ୍ୱଦେଶ ଫେରିବେ ଗୋଟାବାୟା ରାଜପକ୍ଷ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେ ସ୍ୱଦେଶ ଫେରିବେ ଗୋଟାବାୟା ରାଜପକ୍ଷ । ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷ ସ୍ବଦେଶ ଫେରିଆସିବାକୁ ଯୋଜନା କରିଛନ୍ତି। ଜୁଲାଇ ୧୪ ତାରିଖରେ ଗୋଟାବୟ ଦେଶ ଛାଡି ପ୍ରଥମେ ମାଳଦ୍ବୀପ ପଳାଇଥିଲେ। ପରେ ସେଠାରୁ ସେ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ଥାଇ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ପ୍ରାୟ ଦୁଇ ସପ୍ତାହ ହେଲା ସେ ସେଠାରେ ଅବସ୍ଥାପନ କରୁଛନ୍ତି।

ସିଙ୍ଗାପୁରରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ପାଇଁ ଗୋଟାବୟଙ୍କୁ ଭୁଲ୍ ନିଷ୍ପତ୍ତିକୁ ଦାୟୀ କରି ଦେଶବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରି ରାଷ୍ଟ୍ରପତି ଭବନକୁ ଅକ୍ତିଆର କରିଥିଲେ। ଗୋଟାବୟଙ୍କ ଇସ୍ତଫା ପରେ ରନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ତେବେ ସେ ଶ୍ରୀଲଙ୍କା ଫେରିବା ପରେ ତାଙ୍କର କାର୍ଯ୍ୟପନ୍ଥା କକ୍ଷଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କର ନଜର।

Leave A Reply

Your email address will not be published.