ଚଳନ୍ତା ହେଲିକପ୍ଟର ବାହାରେ ସେଲ୍ଫି ନେବାବେଳେ ସରକାରୀ ଅଧିକାରୀଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏକ ବଡ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଚଳନ୍ତା ହେଲିକପ୍ଟର ବାହାରେ ସେଲ୍ଫି ନେବାବେଳେ ହେଲିକପ୍ଟର ପଙ୍ଖା ସଂସ୍ପର୍ଷରେ ଆସି ସରକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇଛି ।  ଚଳନ୍ତା ହେଲିକପ୍ଟର ବାହାରେ ସେଲଫି ନେବା ଉତ୍ତରାଖଣ୍ଡର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁର କାରଣ ହୋଇଛି। ସେ ହେଲିକପ୍ଟରର ବ୍ଲେଡ୍‌ରେ ମାଡ଼ ହେବା ପରେ ତଳେ ପଡ଼ି ପ୍ରାଣ ହରାଇଛନ୍ତି। ଆଜି କେଦାରନାଥରେ ଏହି ଘଟଣା ଘଟିଛି। ମୃତକ ଜଣକ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଅର୍ଥିକ ନିୟନ୍ତ୍ରକ ଜିତେନ୍ଦ୍ର କୁମାର ସାଇନି ବୋଲି ଜଣାପଡ଼ିଛି।

କେଦାରନାଥ ଧାମର ହେଲିପ୍ୟାଡ୍‌ରେ ଏହି ଘଟଣା ଘଟିଛି। ସେ ସେଲ୍‌ଫି ନେଉଥିବା ବେଳେ ଚଳନ୍ତା ହେଲିକପ୍ଟର ଟେଲ ରୋଟର୍ ବ୍ଲେଡ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବ୍ଲେଡ ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତୀର୍ଥଯାତ୍ରୀଙ୍କ ପାଇଁ ଚାର ଧାମ ଯାତ୍ରା ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିବା ଆଲୋଚନାକୁ ବଢ଼ାଇଛି। ଅକ୍ଷୟ ତୃତୀୟା ଅବସରରେ ଉତ୍ତରକାଶୀ ଜିଲ୍ଲାର ଗାଙ୍ଗା ଏବଂ ଯମୁନା ସ୍ନାନ ନିମନ୍ତେ ଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ପୋର୍ଟାଲ ଖୋଲିଥିଲା। ୧୬ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ତୀର୍ଥଯାତ୍ରା ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି। ଯେତେବେଳେ କି ଯାତ୍ରୀଙ୍କ ଠାକୁର ଦର୍ଶନ ନିମନ୍ତେ କେଦାରନାଥ ମନ୍ଦିର ଏପ୍ରିଲ ୨୫ରେ ଏବଂ ବଦ୍ରିନାଥ ମନ୍ଦିର ୨୭ ଏପ୍ରିଲରେ ଖୋଲାଯିବ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.