ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦ ସାହୁଙ୍କ ପରିବାର

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୋବିନ୍ଦ ସାହୁଙ୍କ ପରିବାର।ପ୍ରଦୀପ୍ତ କୁମାର ନାଏକଙ୍କ ସହ ଆସିଛନ୍ତି ଗୋବିନ୍ଦଙ୍କ ପରିବାର। ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ।ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ।୨୦୨୨ ଡିସେମ୍ବର ୨୦ରେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୋବିନ୍ଦ ସାହୁ ଝିଅ ଲିପିକାଙ୍କ ବୟାନ। ମମିତା ମେହେରଙ୍କୁ ଯିଏ ମାରିଛି, ସେ ମୋ ବାପାଙ୍କୁ ମାରିଛି। ତତ୍‌କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ଗୋବିନ୍ଦଙ୍କ ଝିଅ। ‘ମୋ ବାପାଙ୍କୁ ମୋହରା ବନା ଯାଇଥିଲା, ସେ ଆତ୍ମହତ୍ୟା କରିନାହାଁନ୍ତି’।’ ପୋଲିସ ସହାୟତାରେ ମୋ ବାପାଙ୍କୁ ହତ୍ୟା କରାଯାଇଛି’। ଏବେ ଆମ ପରିବାରକୁ ବିଭିନ୍ନ ଧମକ ଦିଆଯାଉଛି- ଲିପିକା ସାହୁ।’ ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି’।

ସେପଟେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ମିଳିଲା ପ୍ରତିଶ୍ରୁତି।ଗୋବିନ୍ଦଙ୍କ ସଂପର୍କୀୟଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି।ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରଦୀପ୍ତ କୁମାର ନାଏକଙ୍କ ସୂଚନା। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ।୨୦୨୨ ଡିସେମ୍ବର ୨୦ରେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.