ବୋଲିଂ କରିବ ଟିମ୍ ଇଣ୍ଡିଆ

0

ଓଡ଼ିଆ ନ୍ୟୁଜ୍: ଏସିଆ କପ୍ ୨୦୨୫ ଫାଇନାଲ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଫାଇନାଲ୍‌ ଲଢେଇ। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ। ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଲେ ପାକିସ୍ତାନ ଖେଳାଳି।ଦୀର୍ଘ ୮ ବର୍ଷ ପରେ ଫାଇନାଲ୍‌ରେ ପରସ୍ପର ମୁହାମୁହିଁ। ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ ରିଙ୍କୁ ସିଂ।

ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଦଳ ପାଇଁ ଏକ ବଡ଼ ଝଟକା ହେଉଛି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି। ଆହତ କାରଣରୁ ହାର୍ଦ୍ଦିକ ଏସିଆ କପ୍ ୨୦୨୫ରୁ ବାଦ୍ ପଡ଼ିଛନ୍ତି।

ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ଗତ ୧୫ ଦିନ ମଧ୍ୟରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ୍ ‘ଏ’ ମ୍ୟାଚରେ ଭାରତ ୭ ଉଇକେଟରେ ଓ ସୁପର- ୪ ରେ ୬ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟି-୨୦ ଫର୍ମାଟରେ ଉଭୟ ଦଳ ୧୫ ଥର ମୁକାବିଲା କରିଛନ୍ତି, ଯେଉଁଥିରେ ଭାରତ ୧୨ ଥର ଓ ପାକିସ୍ତାନ ୩ ଥର ଜିତିଛି। ପୂର୍ବରୁ ଏହି ଟୁର୍ନାମେଣ୍ଟ ଫାଇନାଲରେ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଭାରତ ୨ ଥର ଓ ପାକିସ୍ତାନ ୩ ଥର ଜିତିଛି।

Leave A Reply

Your email address will not be published.