ଚାଷୀଙ୍କ ପାଇଁ ଖୁସି ଖବର, ୬୯ ଟଙ୍କା ବଢିଲା ଫସଲ MSP

0

ଓଡ଼ିଆ ନ୍ୟୁଜ୍: ଚାଷୀଙ୍କ ପାଇଁ ଖୁସି ଖବର ବଢିଲା ଖରିଫ୍ ଫସଲ MSP । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୬୯ ଟଙ୍କା ବଢିଲା । ୨୦୨୫-୨୬ ବର୍ଷ ପାଇଁ ଆଜି ମୋଟ ୧୪ଟି ଖରିଫ୍ ଫସଲର MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ ସହିତ ହରଡ଼, ମୁଗ, ବାଜରା, ଜୱାର, କପା ଏବଂ ସୂର୍ଯ୍ୟମୁଖୀ, ରାଶି, ବାଦାମ, ସୋୟାବିନ ଆଦି ତୈଳବୀଜ ଜାତୀୟ ଫସଲର MSP ବଢିଛି । ଏନେଇ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଛି ।କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଚାଷୀଙ୍କ ହିତ ପାଇଁ ସରକାର ଏମଏସପି ବୃଦ୍ଧି କରିଛନ୍ତି । ଧାନର MSP ଗତ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରାଯାଇଛି । କେନ୍ଦ୍ର ଦେଉଥିବା ୨,୩୦୦ ଟଙ୍କା ୨,୩୬୯ ଟଙ୍କାକୁ ବୃଦ୍ଧି ହୋଇଛି । ଗ୍ରେଡ୍ A ଧାନ ପାଇଁ କ୍ୱିଣ୍ଟାଲ ପିଛା ମିଳିବ ୨,୩୮୯ ଟଙ୍କା ।ସେହିଭଳି ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ି ୩,୭୪୯ ଟଙ୍କା ହୋଇଛି । ବାଜରା ୧୫୦ ବଢି କ୍ୱିଣ୍ଟାଲ ପିଛା ୨,୭୭୫ ଟଙ୍କା, ରାଗି ଏମଏସପି ୫୯୬ ଟଙ୍କା ସହ ୪,୮୮୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି ।

Leave A Reply

Your email address will not be published.